ଢେଙ୍କାନାଳ ଜିଲ୍ଲା ରେ ମଧ୍ୟ ଇଞ୍ଜେକ୍ସନ ଦେବାକୁ ଖୋଜିଲେ ବି ନର୍ସ ମିଳୁନାହାନ୍ତି । କାରଣ ଆଜି ତୃତୀୟ ଦିନରେ ଚିକିତ୍ସାଳୟ ସମ୍ମୁଖ ରେ ଶହେ ରୁ ଉର୍ଦ୍ଧ୍ବ ନର୍ସିଂ କର୍ମଚାରୀ ରାଜ୍ଯରେ ସମ୍ପୁର୍ଣ୍ଣ କାର୍ଯ୍ଯବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ସେହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ସମସ୍ତ ନର୍ସିଂ କର୍ମଚାରୀମାନେ ସଂଘର ୧୦ଦଫା ଦାବିକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରୋଗୀସେବା ଗୁରୁତର ଭାବେ ପ୍ରଭାବିତ । ସ୍ବାସ୍ଥ୍ଯ ସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିଛି । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ପ୍ରସଙ୍ଗ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ସୂଚନା ଦେଇଛନ୍ତି ।
