• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପଥପ୍ରାନ୍ତ ନାଟକ ଆୟୋଜିତ

Bymamatanews

Sep 28, 2024
Spread the love

ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ତଥା ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳର ଅଧକ୍ଷ ଶ୍ରୀଯୁକ୍ତ ଦାମୋଦର ରଥଙ୍କ ତତ୍ତ୍ବାବଧାନରେ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ, ଅନୁଗୋଳ (ମୁନିସପ୍ୟାଲିଟି କାର୍ଯ୍ୟାଳୟ ସମ୍ମୁଖ) ନିକଟରେ “ଏସିଡ ଆକ୍ରମଣରେ ପୀଡ଼ିତାଙ୍କୁ ଆଇନ ସହାୟତା, କ୍ଷତିପୂରଣ ବ୍ୟବସ୍ଥା ସେଥିପାଇଁ ଦୋଷୀକୁ ଦଣ୍ଡବିଧାନ ଓ ପୀଡ଼ିତା ଙ୍କୁ କ୍ଷତିପୂରଣ ଯୋଜନା, ୨୦୧୭” ବିଷୟରେ ଏକ ଯଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଅଛି। ଏହି ନାଟକରେ ଅନୁଗୋଳ ବାର ଆସୋସିଏସନ୍ ଓକିଲ ବୃନ୍ଦ, ଶିଶୁ ମଙ୍ଗଳ କମିଟିର ସଦସ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଗୋଳର ସ୍ବେଛାସେବୀ ଗଣ ଅଂଶଗ୍ରହଣ କରିଥିଲେ। ସେମାନେ ନାଟକ ମାଧ୍ୟମରେ ଏସିଡ ଆକ୍ରମଣ ଦ୍ବାରା ପୀଡ଼ିତାର କ୍ଷତି ଏବ ସେଥ‌ିପାଇଁ ସରକାରଙ୍କର ତରଫରୁ ଦିଆଯାଉଥିବା କ୍ଷତିପୂରଣ ରାଶି, ଦୋଷୀ ପାଇଁ ଥୁବା ଦଣ୍ଡବିଧାନ ଓ ପୀଡ଼ିତାଙ୍କୁ କ୍ଷତିପୂରଣ ଯୋଜନା, ୨୦୧୭ ବୁଝାଇଥିଲେ ଏବଂ ତା ସହିତ ସମ୍ବିଧାନରେ ସାମାଜିକ ଏବଂ ଆର୍ଥିକ ସ୍ବରରେ ପଛୁଆ ଥୁବା ବ୍ୟକ୍ତିଙ୍କ ମାଗଣାରେ ଆଇନ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହି ସୁବିଧା ଜାତୀୟ ରାଜ୍ୟ, ଜିଲ୍ଲା ଓ ତାଲୁକ୍ ସ୍ତରରେ କାର୍ଯ୍ୟ କରୁଥିବା ଆଇନସେବା ପ୍ରାଧିକରଣ ଓ କମିଟି ମାନଙ୍କ ଦ୍ବାରା ଯୋଗାଇ ଦିଆଯାଇଥାଏ ବୋଲି ନାଟକରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଅଦାଲତର ବିଚାରପତିଗଣ, ଅନୁଗୋଳ ବାର ଆସୋସିଏସନର ଓକିଲ ବୃନ୍ଦ, ପ୍ରଶାସନିକ ଅଧିକାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଗୋଳର ସ୍ବେଛାସେବୀ ଗଣ, ଆରକ୍ଷୀ ବିଭାଗ, ଆଇନସେବା ପ୍ରାଧିକରଣର କର୍ମଚାରୀ, ଜନ ସାଧାରଣ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *