• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଏମ୍‌ସିଏଲ୍‌ କୋଇଲା ଖଣିରେ ମାଟି ଅତଡ଼ା ଧସିବାରୁ ଆଜି ଅଳ୍ପକେ ବର୍ତ୍ତୀ ଗଲେ ଶ୍ରମିକ

Bymamatanews

Jan 29, 2025
Spread the love

ସୂଚନା ମୁତାବକ, ହିଙ୍ଗୁଳା କୋଇଲା ଖଣି ଅଧିନରେ କାର୍ଯ୍ୟରତ ଥିବା ଏକ ଠିକା ସଂସ୍ଥା ଅଜନ୍ତା କମ୍ପାନୀ କୋଇଲା ଖୋଳିବା ସହିତ କୋଇଲା ପରିବହନ କାର୍ଯ୍ୟ କରୁଛି । ଏହି କମ୍ପାନୀ ହିଙ୍ଗୁଳା କୋଇଲା ଖଣି ଭିତରେ ଏକ କାର୍ଯ୍ୟାଳୟ ସହିତ ଗ୍ୟାରେଜ କରିଛି। ସେହି କମ୍ପାନୀର ଗ୍ୟା‌ରେଜ ପାଖରୁ ଆଜି ଦୁଇ ଶହ ମିଟର ଦୂର ତଳକୁ ମାଟି ଅତଡ଼ା ଖସିଥିଲା । ଯାହା ଫଳରେ କମ୍ପାନୀ ଗ୍ୟାରେଜରେ କାମ ହେଉଥିବା କିଛି ଟ୍ରକ ମାଟି ଅତଡ଼ାରେ ଖସି ଯାଇଥିବା ସହିତ କମ୍ପାନୀର ରହିଥିବା ଶତାଧିକ ତେଲ ବ୍ୟାରେଲ ଏବଂ ଅନ୍ୟ କିଛି ସାମଗ୍ରୀ ମାଟି ଅତଡ଼ାରେ ମିଶି ଯାଇଛି। ଏହି ଘଟଣା ଘଟିବାର କିଛି ସମୟ ପରେ ପ୍ରଥମେ ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ସୁନୀଲ କୁମାର ଯୋଶୀ ପହଞ୍ଚିଥିଲେ। ପରେ ପରେ ହିଙ୍ଗୁଳା କ୍ଷେତ୍ରର ମହାପ୍ରନ୍ଧକ ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ଅଜନ୍ତା କମ୍ପ‌ାନୀରେ କାର୍ଯ୍ୟରତ ଥିବା କେତେକ ଶ୍ରମିକ କହିଛନ୍ତି ଯେ, ହଠତ ଏକ ବିରାଟ ଶବ୍ଦ ହେଲା , ଆମେ କିଛି ପ୍ରଥମେ ବୁଝି ପାରିଲୁ ନାହିଁ । କିଛି ସମୟ ପରେ ଧୂଳି ଏବଂ ଧୂଆଁ ଖଣି ଭିତ‌ରୁ ଉପରକୁ ଉଠିଥିଲା । ଯାଇ ଦେଖିଲା ବେ‌ଳକୁ ବିରାଟ ମାଟି ଅତଡ଼ା ଖସି ଯାଇଥିଲା ଏବଂ ସଙ୍ଗେ ସଙ୍ଗେ କମ୍ପାନୀର ଅଧିକାରୀଙ୍କୁ ଜଣାଇଥିଲେ ବୋଲି ଶ୍ରମିକ ମାନେ କହିଛନ୍ତି । ଏ ନେଇ ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ସୁନୀଲ କୁମାର ଯୋଶୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖଣିରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ରହିଥିଲା। କିନ୍ତୁ କିଭଳି ମାଟି ଧସିଲା ତାହା ସନ୍ଧାନ ଜାରି ରହିଛି । ମାଟି ଅତଡ଼ାରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ ବୋଲି ଶ୍ରୀ ଯୋଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *