ଜଗତସିଂହପୁର ତହସିଲ ଅନ୍ତର୍ଗତ ଆଳିପିଙ୍ଗଳ ପଞ୍ଚାୟତ ୩ ନମ୍ବର ୱାର୍ଡ ବାଲିଘାଇ ବସ୍ତିରେ ତିରିଶି ବର୍ଷରୁ ଉର୍ଦ୍ଧ ହେବ ଷୋହଳ ରୁ ଉର୍ଦ୍ଧ ଦଳିତ ଭୂମିହୀନ ପରିବାର ବସବାସ କରୁଥିଲେ |ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଦଳିତ ପରିବାରକୁ ଥଇଥାନ କରାଯିବା ସହିତ ଭୂମିପଟା ପ୍ରଦାନ କରାଯିବା ପରେ ଦଳିତ ପରିବାର ନିଜସ୍ୱ ଉପାର୍ଜିତ ଅର୍ଥ ରେ ବୃହତ ଅଟାଳିକା ନିର୍ମାଣ କରିଥିଲେ | ହେଲେ ଜ଼ିଲ୍ଲା ପ୍ରଶାସନ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ହଠାତ ରାତି ଅଦ୍ଧରେ ସମସ୍ତ ଦଳିତ ପରିବାର ଙ୍କୁ ତହସିଲଦାର ଙ୍କ ଉପସ୍ଥିତି ରେ ପୋଲିସ ସହାୟତା ରେ ବଳ ପୂର୍ବକ ବିସ୍ଥାପିତ କରି ଘର ଭାଙ୍ଗି ଦେଇଥିଲା |ରାତି ଅଦ୍ଧରେ ବିସ୍ଥାପିତ ଦଳିତ ପରିବାର ଉପାୟ ଶୂନ୍ୟ ହୋଇ ପିଲା ଛୁଆ ଙ୍କୁ ନେଇ ବାଲିଘାଇ ଦଣ୍ଡା ରେ ଜରି ପାଲ ତଳେ ଆଶ୍ରୟ ନେଇଥିଲେ | ତହସିଲଦାର ୩ ଦିନ ଭିତରେ ବିସ୍ଥାପିତ ଙ୍କ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ହେଲେ ତାହା ପ୍ରତାରଣା ରେ ପରିଣତ ହୋଇଥିଲା | ଦୀର୍ଘ ଏକ ମାସ ହେବ ଷୋହଳ ଦଳିତ ପରିବାର ର ଦୁଇଶହ ରୁ ଉର୍ଦ୍ଧ ଆବାଳ ବୃଦ୍ଧ ବନିତା ପ୍ରବଳ ଖରା, ବର୍ଷା,ଶୀତ, କାକରକୁ ଭୁକ୍ଷେପ ନକରି ଦଣ୍ଡା ରେ ଜରି ପାଲ ତଳେ ଆଶ୍ରୟ ନେଇଛନ୍ତି | ଜ଼ିଲ୍ଲା ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ବିସ୍ଥାପିତ ଦଳିତ ପରିବାର କୁ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ୍ୟ ତାହା କାର୍ଯ୍ୟକାରୀ କରିନାହାନ୍ତି ବରଂ ଦଳିତ ପରିବାରକୁ ପ୍ରତାରଣା କରିଛନ୍ତି |ଏଥିନେଇ ଦଳିତ ପରିବାର ଙ୍କ ମଧ୍ୟ୍ୟ ରେ କ୍ଷେଭ ପ୍ରକାଶ ପାଇଛି |ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦଳିତ ପରିବାର ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
