ଚୋରଙ୍କ ଟାର୍ଗେଟ ରେ ବିଦ୍ୟାଳୟ
ଦିନକୁ ଦିନ ବଅଁରପାଳ ଥାନା ଅଞ୍ଚଳରେ ଚୋରଙ୍କ ଉତ୍ପାତ ବଢିବାରେ ଲାଗିଛି
କିଛିଦିନ ପୂର୍ବରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଚୋର କରିଥିଲେ ଉତ୍ପାତ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ କଲଣ୍ଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଜି ଥାନାରେ ଅଭିଯୋଗ କରିଛନ୍ତି କି ସକାଳ ସାଢେ଼ ନଅଟା ବେଳେ ସେ ବିଦ୍ୟାଳୟକୁ ଆସିବା ବେଳେ ଜାଣିବାକୁ ପାଇଲେ କି ଟାଙ୍ଗିଆ ଓ ଶାବଳ ସାହାଯ୍ୟରେ ପାଣି ପମ୍ପ ଚୋରୀ କରିବା ଉଦ୍ୟମ କରି ବିଫଳ ହୋଇଛନ୍ତି। ଫଳରେ ବିଦ୍ୟାଳୟ ପାଖରେ ଥିବା ହାଇମାକ୍ସ ଲାଇଟ୍ ଖୁଣ୍ଟ କୁ ଭାଙ୍ଗି ୬ ଲାଇଟ ଚୋରୀ କରି ନେଇଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ବିଦ୍ୟାଳୟ କମିଟିର ସଭାପତିଙ୍କୁ ଜଣାଇବା ପରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
