• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରୀ ମୃତ, ମାମୁଁ ଗୁରୁତ୍ତର

Bymamatanews

Jan 29, 2025
Spread the love

ଅଜଣା ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରୀ ଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ବେଡା ପଞ୍ଚାୟତ ଚଟିଆଗଜି ଗ୍ରାମର ଡଲି ନାଏକଙ୍କ ଝିଅ ମାମାଲି ନାଏକ (୧୭) ସେ ବନ୍ତଳା କଲେଜର ଯୁକ୍ତ ଦୁଇ ବିଭାଗର ଛାତ୍ରୀ ଅଟନ୍ତି। ଆଜି କଲେଜର ବାର୍ଷିକ ଉତ୍ସବ ଥିବାରୁ ଉତ୍ସବ ସାରି ତାଙ୍କର ସମ୍ପର୍କୀୟ ମାମୁଁ ସଞ୍ଜୟ ଦାସଙ୍କ ସହିତ ଏକ ବାଇକ୍ ରେ ଘରକୁ ଫେରୁଥିବା ବେଳେ ବନ୍ତଳା ଥାନା ନିକଟ ରାହୁଲ ଢ଼ାବା ସମ୍ମୁଖ ରେ ଏକ ଅଜଣା କାର ପଛରୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଯାହା ଫଳରେ ରାସ୍ତା ଉପରେ ଉଭୟ ଛିଟିକି ପଡ଼ିଥିଲେ । ସେଠାରୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ମାମାଲି ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଏଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ସଞ୍ଜୟ ଦାସ ଆହତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ଘଟଣାକୁ ନେଇ ବନ୍ତଳା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *