• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅବସର ପ୍ରାପ୍ତ ସୈନିକ

Bymamatanews

Jan 29, 2025
Spread the love

ଢେଙ୍କାନାଳ ଜିଲ୍ଲା ରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶହୀଦଙ୍କୁ ସମ୍ମାନ ଦେବାପାଇଁ ଅମର ଜବାନ ସହିଦ୍ ସ୍ମୃତି ସ୍ତମ୍ଭ ଠାରେ ୧୦୦ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଉପସ୍ଥିତ ହୋଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳାରୁ ସେହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ କାର୍ଯ୍ୟସୁଚିରେ ସାମିଲ କରାଯାଇନଥିଲା। ତେଣୁ ସେ ସେହି ସ୍ଥାନରେ ଉପସ୍ଥିତ ରହି ସହିଦଙ୍କୁ ସମ୍ମାନ ଦେବାକୁ ଆସିନଥିଲେ। ଏହା ଦେଶକୁ ରକ୍ଷା କରିବାକୁ ଯାଇ ଜୀବନ ବଳିଦାନ ଦେଇଥିବା ଶହୀଦଙ୍କ ପାଇଁ ଘୋର ଅପମାନ । ତେଣୁ ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ସୈନିକଙ୍କୁ ନେଇ ସଂଘର ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ରାଉତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ସମସ୍ୟା ବିଷୟରେ ଅବଗତ କରାଇ ଥିଲେ। ଦେଶରେ ପ୍ରଥମେ ସହିଦ୍ ମାନଙ୍କୁ ସମ୍ମାନ ଦିଆଯାଏ ତା ପରେ ଅନ୍ୟାନ୍ୟ ମହାପୁରୁଷ ମାନଙ୍କୁ। ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇବା ପରେ ସେ ଏହି ଭୁଲ କୁ ସ୍ୱୀକାର କରିଥିଲେ। ସହିଦଙ୍କ ଜୀବନର ମୂଲ୍ୟ ସେ ବୁଝି ହୃଦୟଙ୍ଗମ କରିଥିଲେ ଏବଂ ବ୍ୟକ୍ତିଗତ ଭାବେ ଆଶ୍ୱସନା ଦେଊଛନ୍ତି ଯେ ଆଗାମୀ ଦିନରେ ଏହି ଭୁଲ ହେବନାହିଁ ବୋଲି ସୂଚନା ଦେଲେ ଅବସର ପ୍ରାପ୍ତ ସୈନିକ।

Leave a Reply

Your email address will not be published. Required fields are marked *