ଅନୁଗୋଳ ବିଜେପି ଶାଖାର ମିଶ୍ରପଡା ସ୍ଥିତ କାର୍ଯ୍ୟ।ଳୟ ଠାରେ ଭାରତର ଯଶସ୍ଵୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ, ଓଡିଶାର ସୁପୁତ୍ର ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଓ ଅନୁଗୁଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ନେତୃତ୍ଵ, ନୀତି ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ଓ ଆସ୍ଥା ପ୍ରକଟ କରି ନିଲୁ ଭାଇ ଙ୍କ ଉପସ୍ଥିତିରେ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବଅଁରପାଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଜେଡି ନେତ୍ରୀ ଶ୍ରୀମତୀ ଅନୁସୂୟା ଗଡନାୟକ, ବିଜେଡି ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ପ୍ରତାପ ରାଉତ, ବିଜେଡ଼ି ସମର୍ଥିତ ୱାର୍ଡ ମେମ୍ବର ଶ୍ରୀ ମନୋଜ କୁମାର ସାହୁ, ଶ୍ରୀ କୀର୍ତ୍ତନ ଗୋଛାୟତ,ଶ୍ରୀମତି କମଳୀନୀ ନାଏକ, ବିଜେଡ଼ି ନେତା ଶ୍ରୀ ଶ୍ୟାମଘନ ନାଏକ, ପ୍ରଶାନ୍ତ ନାଏକ, ଯୋଗେଶ୍ଵର ନାଏକ, ପ୍ରଶାନ୍ତ ରାଉତ, ସୁବ୍ରତ ସାହୁ,

ଶିବାନନ୍ଦ ଦାସ, ବିଶ୍ଵନାଥ ନାଏକ, କାଳିଆ ସାହୁ, ମନୋଜ ସାହୁ, ରକି ବେହେରା, ପ୍ରକାଶ ରାଉତ, ଶ୍ରୀମତୀ ଅନୁପମା ରାଉତ, ରଞ୍ଜିତା ବେହେରା,ବିକାଶ ଗୋଛାୟତ, ଶୁଭଙ୍କର ଗୋଚ୍ଛାୟତ ଓ ସୁଶିଲ ଗୋଚ୍ଛାୟତ ଯୋଗୋଦାନ କରିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଶ୍ରୀ ଦିଲୀପ ରାଉତ, ବିଜେପି ବଅଁରପାଳ ମଣ୍ଡଳର ସଭାପତି ଶ୍ରୀ ସୁବ୍ରତ ସାହୁ,

ବଅଁରପାଳ ଗ୍ରାମ ପଞ୍ଚାୟତ ର ବିଜେପି ସଭାପତି ଶ୍ରୀ ଅନାମ ସାହୁ, ବିଜେପି ନେତା ଶ୍ରୀ କୁମର ନାଏକ, ଶ୍ରୀ ବୀରେନ ନାଏକ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ପ୍ରଧାନ ସମସ୍ତଙ୍କୁ ଦଳର ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ଵାଗତ କରିବାସହ ବିଜେପିରେ ଯୋଗଦାନ ଦେବା ଫଳରେ ବଅଁରପାଳ ଗ୍ରାମ ପଞ୍ଚାୟତ ରେ ଦଳ ର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ ।
