ବାପା ଜେଜେବାପା ଙ୍କ କାର୍ଯ୍ୟକଳାପ କୁ ଅନୁଶରଣ କରୀ ନିଜକୁ ସମାଜ ସେବା କ୍ଷେତ୍ରରେ ଉଦାହରଣ ସଜାଇ ଚନ୍ତି ଯୁବ ସମାଜସେବୀ ମହିମା ଜେନା।
କଅଁଲା ଶିଶୁ ଠାରୁ ଆରମ୍ଭ କରି, ଅସହାୟ ବୃଦ୍ଧ ବୃଦ୍ଧା ଓ ନିରିହ ଜିବଜନ୍ତୁ ଙ୍କ କଷ୍ଟ ସହି ନପାରୁ ଥିବା ଯୁବକ ମହିମା ଜେନା।
ଅନୁଗୋଳ ଜିଲ୍ଲା ପୂର୍ବତନ ବିଧାୟିକ ତଥା ଶ୍ରମିକ ନେତା ସ୍ୱର୍ଗତ ରମେଶେ ଜେନାଙ୍କ ନାତି ଓ ଦେଶ ବିଦେଶରେ ପୁରସ୍କାର ପ୍ରାପ୍ତ ପରିଚିତ ଚେହେରା ଭାବେ ବିଶିଷ୍ଟ ସମାଜ ସେବୀ ଶ୍ରିଯୁକ ବିପ୍ଲବ ଜେନା ଙ୍କ ସୁପୁତ୍ର ହେଉଛନ୍ତି ମହିମା। ଆଜି ଶ୍ରୀ ମହିମା ନାଲକୋ ସ୍ଥିତ କେଦାର ଗୌରୀ ଅନ୍ଦ ମୁକ ବଧିର ତାଲିମ କେନ୍ଦ୍ର, ନାଲକୋ ହଟିଂ ରେ ଥିବା ଛଟ ପିଲା ମାନଙ୍କ ସହିତ ସମୟ ବିତାଇଥିଲେ ଓ ନାଲକୋ କ୍ୱାଟର ଅଞ୍ଚଳରେ ବୁଲା ଗୋରୁ ଗାଈ ମାନଙ୍କୁ ଖାଇବା ଶୁଖିଲା ଖାଦ୍ୟ ଦେଇଥିଲେ।

ନିଜ ସ୍ନେହ ଓ ଭଲ ପାଇବାରେ ଜେଉ ଛାପ ଛାଡ଼ିଛନ୍ତି, ତାହା ଯୁବ ସମାଜ ପାଇଁ ଏକ ଉଦାହରଣ ସଦୃଶ। ନିଜକୁ ସବୁ ବେଳେ ସେବା କ୍ଷେତ୍ର ରେ ନିଓଜିତ ରଖୁଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି କହିଛନ୍ତି। ଆଜିର ଏହି ଡିଜିଟାଲ ଯୁଗରେ ଯୁବବର୍ଗ ନିଜ ଜନ୍ମ ଦିନରେ ଏପରି କିଛି କରିବା ପାଇଁ ସେବା କ୍ଷେତ୍ର ରେ ନିଜକୁ ନିୟୋଜିତ ରଖିବା ପାଇଁ ଅନୁରୋଧ କରିଛନ୍ତି।
