• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ଜିଲ୍ଲାରେ “ବିକଶିତ କୃଷି ସଙ୍କଳ୍ପ ଅଭିଯାନ’ ଯୋଜନାର ଶୁଭାରମ୍ଭ

Bymamatanews

May 29, 2025
Spread the love

ଅନୁଗୋଳ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ “ବିକଶିତ କୃଷି ସଙ୍କଳ୍ପ ଅଭିଯାନ’ ଯୋଜନାର ସଚେତନତା ରଥଗୁଡିକୁ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅକତର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଉମା ଶଙ୍କର ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ.ଦେବାଶିଷ ମିଶ୍ର, ଉପ- ନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ମୃଦ୍ଧିକା ସରଂକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜୟଶଙ୍କର ପ୍ରଧାନ, କୃଷି ଜିଲ୍ଲା ଅଧିକାରୀ (ଅନ୍ଧାଗାଳ) ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଉପ ପ୍ରକଳ୍ପ ନିର୍ଦ୍ଦେଶିକା (atma) ଶ୍ରୀମତୀ ପ୍ରଭାତି ରାମ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଓ କୃଷି ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଚାଷୀମାନଙ୍କ ପାଖରେ ପହଞ୍ଚିବା ପାଇଁ “ବିକଶିତ କୃଷି ସଙ୍କଳ୍ପ ଅଭିଯାନ”
ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ କୃଷି ବିଜ୍ଞାନ କେନ୍ଦ୍ର ICAR ପ୍ରତିଷ୍ଠାନ/ OUAT ର ବୈଜ୍ଞାନିକମାନଙ୍କ ସହିତ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଚିହ୍ନଟ ହୋଇଥିବା ଗ୍ରାମ ପରିଦର୍ଶନ କରିବେ ଓ ଚାଷୀମାନଙ୍କ ମଧ୍ୟରେ ନୂତନ ଫସଲ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଖରିଫ ୨୦୨୫ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ସଚେତନ‌ତା ସୃଷ୍ଟି ପାଇଁ “କୃଷକ ବୈଜ୍ଞାନିକ ପାରସ୍ପରିକ ଆଲୋଚନା” କରିବେ । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅଭିଯାନ ଜିଲ୍ଲା ସ୍ତରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ୩ଟି କୃଷି ରଥର ବ୍ୟବସ୍ଥା କରାଯାଇଛି । କୃଷି ବିଜ୍ଞାନ କେନ୍ଦ୍ର, କୃଷି, ଉଦ୍ୟାନ କୃଷି, ମୃଦ୍ଧିକା ସରଂକ୍ଷଣ, ICAR ପ୍ରତିଷ୍ଠାନର ୪ ରୁ ୫ ଜଣ ସଦସ୍ୟଙ୍କୁ ନେଇ ୩ଟି ଦଳ ଗଠନ କରାଯାଇଛି । ଏହି ଦଳ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ବ୍ଳକରେ ଅତି କମ୍‌ରେ ୨ଟି ଗ୍ରାମରେ ବୈଠକ “କୃଷକ ବୈଜ୍ଞାନିକ ପାରସ୍ପରିକ ଆଲୋଚନା କରିବେ । ଏହିପରି ୧୦ ଦିନ ମଧ୍ୟରେ ୨୦ଟି ଗ୍ରାମ ହିସାବରେ ୩ ଟି ଦଳ ୬୦ଟି ଗ୍ରାମରେ ବୈଠକ କରିବେ । ପ୍ରତ୍ୟେକ ଦଳ ପ୍ରତି ଗ୍ରାମ ବୈଠକରେ ୨୫୦ ଜଣ ଚାଷାଙ୍କୁ ନେଇ ବୈଠକ କରିବେ । ଚାଷୀମାନଙ୍କୁ ଫସଲ ପରିଚାଳନା ପ୍ରଯୁକ୍ତି ବିଦ୍ୟା, ମୃତ୍ତିକା , ସ୍ବାସ୍ଥ୍ୟ କାର୍ଡ ବ୍ୟବହାର ଉପରେ ବିଶେଷ ଧ୍ୟାନ ଦେଇ କୃଷି କ୍ଷେତ୍ର ସହିତ ଜଡିତ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକ୍ରମ ବିଷୟରେ ସଚେତନ‌ତା ଉପରେ ଲିଫ୍ଲେଟ ଯୋଗାଇ ଦିଆଯିବ । ତୃଣମୂଳ ସ୍ତରୀୟ ଉଦ୍‌ଦ୍ଭାବନ ଏବଂ ଆବଶ୍ୟକୀୟ ପ୍ରଯୁକ୍ତି ବିଦ୍ୟା ହସ୍ତକ୍ଷେପ ଉପରେ ଚାଷୀମାନଙ୍କ ମତାମତ ସଂଗ୍ରହ କରାଯିବ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ବାରା ସଙ୍କଳନ ଓ ବିଶ୍ଳେଷଣ କରାଯିବ । କୃଷକମାନଙ୍କ ପ୍ରଶ୍ନର ଉପଯୁକ୍ତ ସମାଧାନ ପାଇଁ ଏହି ବୈଜ୍ଞାନିକମାନେ ଯତ୍ନବାନ ହେବେ ।

Leave a Reply

Your email address will not be published. Required fields are marked *