• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଇନ୍ଦ୍ରଧନୁ ସ୍ବାଭିମାନ ପଦଯାତ୍ରାର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Jun 29, 2025
filter: 0; fileterIntensity: 0.0; filterMask: 0; module: video; hw-remosaic: false; touch: (-1.0, -1.0); modeInfo: Beauty ; sceneMode: 0; cct_value: 4927; AI_Scene: (-1, -1); aec_lux: 247.61394; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 47;
Spread the love

ଅନୁଗୋଳ ଜିଲ୍ଲାର LGBTQ ମାନଙ୍କ ପକ୍ଷରୁ ଜୁନ ମାସ ଯୌନତା ସ୍ବ-ପରିଚିତ ଲିଙ୍ଗଗତ ବିଭିନ୍ନତାକୁ ଆନନ୍ଦର ସହିତ ପାଳନ କରିଛନ୍ତି। ସେମାନଙ୍କ ଅଧିକାର ପାଇବା କାହାକୁ ସେମାନେ ଭଲ ପାଇବେ କାହା ପାଇଁ ଯତ୍ନବାନ ହେବେ ସେସବୁ ନିର୍ଣ୍ଣୟ କରୁଥିବା ସମାଜର ଚିରାଚରିତ ନିୟମ ଗୁଡିକ ଓ ପରିବର୍ତନ କରିବା ପାଇଁ ମିଳିତ ହୋଇଥିଲେ। ନିଜ ଘରୁ ଆରମ୍ଭ ହେଉଥିବା ଉତ୍ପୀଡନ ଯାହା ଧିରେ ଧିରେ ସମାଜର ଅନ୍ୟାନ୍ୟ ବର୍ଗ ଯଥା ଶିକ୍ଷା ଓ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ର ଓ ସର୍ବ ସାଧାରଣ ସ୍ଥାନଗୁଡିକରେ ଦେଖାଯାଉଛି ।

ନିଜର ଉପସ୍ଥିତିକୁ ପ୍ରତୀୟମାନ କରିବା ପାଇଁ, ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ପାଇଁ ଏବଂ ଆତ୍ମ ସମ୍ମାନର ସହ ଜୀବନ ଜାପନ କରିବା ପାଇଁ ସମାଜ ତଥା ଅନ୍ୟାନ୍ୟ ବର୍ଗକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରେନବୋ ସ୍ବାଭିମାନ ପଦଯାତ୍ରା କରା ଯାଇଥିଲା। ଓଡିଶାରେ ରେନବା ସ୍ୱାଭିମାନ ପଦଯାତ୍ରାର ଇତିହାସ ୨୦୦୯ ମସିହାରେ ବିଭିନ୍ନ ଗୋଷ୍ଠୀ ଭିତିକ ଅନୁଷ୍ଠାନ ଏବଂ ସାଥୀ NGOର ସହଭାଗିତାରେ ଭୁବନେଶ୍ୱର ଠାରେ ସର୍ବପ୍ରଥମେ ରେନବୋ ସ୍ବାଭିମାନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହା ଦ୍ୱିତୀୟ ଥର ପାଇଁ ୨୦୧୦ ମସିହାରେ ମଧ୍ୟ ଆୟୋଜିତ ହୋଇଥିଲା । ୨୦୧୧ ମସିହାରେ ରେନବୋ ସ୍ୱାଭିମାନ ପଦଯାତ୍ରା ବଦଳରେ ସ୍ଲାଇଡ ଇଭେଣ୍ଟ ଆୟୋଜିତ ହୋଇ ଥିଲା। ୨୦୧୨ ମସିହାରେ ରେନବୋ ସ୍ବାଭିମାନ ପଦଯାତ୍ରା ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିଲା । ପରେ ବିଭିନ୍ନ ଜିଲ୍ଲାରେ ଏହା ପାଳିତ ହେଉଛି। ଆଜି ଅନୁଗୋଳ ଜିଲ୍ଲାରେ ମଧ୍ୟ ପାଳନ ହୋଇଯାଇଛି। ବିଜୁ ମୈଦାନ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନ୍ ହଲ୍ ଠାରେ ପହଂଚିଥିଲା। ଟାଉନ୍ ହଲ୍ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *