• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୁଳ ବିଧାୟକଙ୍କ କାର୍ଯ୍ୟାଳୟ ରେ ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ କାର୍ଯ୍ୟକ୍ରମ ରେ ଯୋଗଦେଲେ ସାଂସଦ

Bymamatanews

Jun 29, 2025
Spread the love


ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ପ୍ରତି ମାସ ଶେଷ ରବିବାର ଦିନ 11 ଟାରୁ 11.30 ପର୍ଯ୍ୟନ୍ତ ମନ କୀ ବାତ କାର୍ଯ୍ୟକ୍ରମ ବିଭିନ୍ନ ଗଣମାଧ୍ୟମ ରେ ପ୍ରଚାରିତ ହୋଇ ଆସୁଛି |ଏହାକୁ ଉତ୍ସୁକତାର ସହ ସବୁ ବର୍ଗର ଲୋକ ଦେଖୁଛନ୍ତି |ଆଜି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କର 123 ତମ ମନ କୀ ବାତ |ସମଗ୍ର ଜିଲ୍ଲାରେ ଶତାଧିକ ସ୍ଥାନରେ ବିଭିନ୍ନ ନେତୃବର୍ଗ ମନ କୀ ବାତ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରଧାନମନ୍ତ୍ରୀ ଙ୍କ କଥା କୁ ଶୁଣିଛନ୍ତି |ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ ତାଙ୍କ କାର୍ଯ୍ୟାଳୟ ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମନ କୀ ବାତ କାର୍ଯ୍ୟକ୍ରମ ଦେଖିଥିଲେ |ପ୍ରଧାନମନ୍ତ୍ରୀ ତତ୍କାଳୀନ କଂଗ୍ରେସ ସରକାର କିଭଳି ଗଣତନ୍ତ୍ର କୁ ବନ୍ଦୀ କରି ଜରୁରୀ ପରିସ୍ଥିତି ଲାଗୁ କରି ଲକ୍ଷ ଲକ୍ଷ ଲୋକଙ୍କୁ ଜେଲ ପଠାଇ ଥିଲା ସେ ବିଷୟରେ ମନ କୀ ବାତ ରେ ଉପସ୍ଥାପନ କରିଥିଲେ |ସାଂସଦ ଶ୍ରୀ ପାଣି ସେହି ଜରୁରୀ ପରିସ୍ଥିତି ର ଶିକାର ହୋଇ ଗୋଟିଏ ବର୍ଷ କଲେଜ ପାଠ ନଷ୍ଟ ହୋଇ ସେ ସମୟରେ ତାଙ୍କୁ ଜେଲ ଭୋଗୀ ବାକୁ ପଡିଥିଲା, ଯାହା ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ ଶୁଣିବା ପରେ ସାଂସଦ ଙ୍କର ପୁରୁଣା ଅଭୁଲା ସ୍ମୃତି ମନେ ପକାଇ ଉପସ୍ଥିତ କାର୍ଯ୍ୟକର୍ତା ଙ୍କୁ ଅନୁଭୂତି କଥନ କରିଥିଲେ |ଏବଂ ପ୍ରଧାନମନ୍ତ୍ରୀ ଙ୍କ ମନ କୀ ବାତ ବେଶ ଲୋକପ୍ରିୟ ହୋଇ ପାରିଛି ଏବଂ ବହୁ ଶିକ୍ଷଣୀୟ ଏବଂ ବହୁ ଲୁକାୟିତ ପ୍ରତିଭା କୁ ପ୍ରଧାନମନ୍ତ୍ରୀ ଲୋକଙ୍କ ସାମ୍ନା କୁ ଆଣୁଛନ୍ତି ବୋଲି ସାଂସଦ କହିଥିଲେ |ଆଜିର ଉକ୍ତ ମନ କୀ ବାତ କାର୍ଯ୍ୟକ୍ରମ ରେ ସାଂସଦ, ବିଧାୟକ ଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ, ଶୋଭାଗିନୀ ଦାସ, ଦିଲ୍ଲୀପ ଦାସ, ପ୍ରଭାତ ପ୍ରଧାନ, ମଣ୍ଡଳ ସଭାପତି ପୱନ ମାଣ୍ଡୋଟିଆ, ପ୍ରାକ୍ତନ ମଣ୍ଡଳ ସଭାପତି ପ୍ରଦୀପ ରାଉତ, ସମୀର ପରିଡା ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *