• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପର୍ଯ୍ୟଟକଙ୍କ ପ୍ରଲୋଭନ ଦେଖାଇ ନେଇଗଲେ ୩୦ ହଜାର

Bymamatanews

Sep 29, 2024
Spread the love

ପର୍ଯ୍ୟଟକକୁ ଠକାମି କଳଙ୍କ ବୋଳିହେଲା ଶିଳ୍ପ ସହରରେ

ମୁମ୍ବାଇ ରୁ ଅନୁଗୋଳ ବୁଲି ଆସିଥିବା ଜଣେ ପର୍ଯ୍ୟଟକ ଙ୍କ ଠାରୁ ଦୁର୍ବୃତ୍ତ ମାନେ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଇଚି। ଅର୍ବାଜ୍ କାୟୁମ୍ ଖାଁ ଏବଂ ତାଙ୍କ ର ବନ୍ଧୁ ସରୋଜ ବର୍ମା ଗତ ଶୁକ୍ରବାର ରାତିରେ ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଅନୁଗୋଳ ଷ୍ଟେସନ ରେ ପହଞ୍ଚି ଥିଲେ।ସେଠାରେ ଦୁଇ ଜଣ ଯୁବକ ତାଙ୍କ ସହ ମିଶି ବନ୍ଧୁତା ଜମାଇଥିଲେ ଏବଂ ଏକ ଭଲ ହୋଟେଲ ରେ ରଖାଇ ଦେବେ ବୋଲି କହି ଅନୁଗୋଳ ର ଏକ ଲଜିଂ ରେ ରଖାଇ ଥିଲେ। କିଛି ସମୟ ପରେ ଅର୍ବାଜଙ୍କୁ ଉକ୍ତ ଦୁଇ ଯୁବକ ଖାଇବାକୁ ପାଖ ହୋଟେଲରୁ ପାର୍ଶଲ ଆଣିବାକୁ କହି ଡାକି ନେଇଥିଲେ।ଏହାପରେ ଏହି ଦୁଇ ଯୁବକଙ୍କ ସହ ଆଉ ଜଣେ ଯୁବକ ମିଶି ତିନି ଯୁବକ ଅରବାଜ୍ କୁ ପାଖ ଏକ ଜଙ୍ଗଲକୁ ନେଇ ଛୁରୀ ଓ ଭୁଜାଲି ଦେଖାଇବା ସହ ନିସ୍ତୁକ ପିଟି ପର୍ଶ ରୁ ନଗଦ ପାଞ୍ଚ ହଜାର ଏବଂ ଫୋନପେ ଯୋଗେ ୨୫ ହଜାର ନେଇ ଯାଇଥିଲେ। ମାଡ଼ ଖାଇଥିବା ଯୁବକ କୌଣସି ମତେ ଖସି ପଳାଇ ଉକ୍ତ ଲଜିଙ୍ଗରେ ପହଞ୍ଚି ଆଜି ସକାଳେ ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ। ଜଗନ୍ନାଥ ମନ୍ଦିର ବୁଲିବାକୁ ଆସି ଏଭଳି ଲୁଟ ର ଶିକାର ହୋଇଥିବା ଯୁବକ ଏକ ଭିଡିଓ ବାର୍ତ୍ତା ରେ ଅନୁଗୋଳ ର ଆଇନ ଶୃଙ୍ଖଳା ଠିକ୍ ନଥିବାରୁ ଏଠାକୁ ପର୍ଯ୍ୟଟକ ଆଉ ଆସିବେ ନାହିଁ ବୋଲି କଟାକ୍ଷ କରିଥିବା ଜଣାପଡିଛି। ଇତି ମଧ୍ୟରେ ସେ ଦୁଇ ଯୁବକ ଅନୁଗୋଳ ଛାଡ଼ି ଚାଲି ଯାଇଥିବା ଜଣାପଡିଛି। ପର୍ଯ୍ୟଟକ ପ୍ରତି ଏପରି ଅଘଟଣା କୁ ଗୁରୁତ୍ତର ଭାବେ ସ୍ଥାନୀୟ ପୋଲିସ ଏଥିନେଇ ତଦନ୍ତ ଜୋରଦାର୍ ଭାବେ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *