ଝିଅକୁ ଆକ୍ରମଣ ନେଇ ଜୋଇଁ ନାମରେ ଅଭିଯୋଗ ଆଣିଲେ ପରିବାରବର୍ଗ

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ ନିଜ ସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ ନେଇ ଝିଅର ବାପା ନାଲକୋ ଥାନାରେ ଅଭିଯୋଗ କରିଛନ୍ତି। ପରିବାରବର୍ଗଙ୍କ ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମର ଜୟ ବେହେରାଙ୍କ ଝିଅ ବନିତା ବେହେରା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କନ୍ଦର୍ପ ଦେହୁରୀଙ୍କ ପୁଅ ପବନା ଦେହୁରିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।ଉଭୟଙ୍କର ବୈବାହିକ ଜୀବନ ଏକ ବର୍ଷ ପର୍ଯ୍ୟନ୍ତ ଠିକ ଠାକ ରେ ଚାଲିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପାଟିତୁଣ୍ଡ ଲାଗି ରହିଥିଲା। ଏପରିକି ପବନା ଅନେକ ଥର ବନିତାକୁ ମାରପିଟ କରିବା ନେଇ ବନିତା ନିଜ ବାପ ଘରକୁ ପଳେଇ ଥିଲେ। ପୁଣି ବୁଝା ସୁଝା କରି ଝିଅକୁ ଶାଶୁ ଘରକୁ ଛାଡ଼ିଦେଇଥିଲେ। ଗତ କାଲି ରାତି ୧୨ ଟା ରେ ପବନା ଘର ତରଫରୁ ଝିଅ ବାପ ଘରକୁ ଫୋନ ଯୋଗେ ଜଣାଇ ଦିଆଯାଇଥିଲା ଯେ,ତୁମ ଝିଅ ଦେହ ଅସୁସ୍ଥ ଅଛି ତୁରନ୍ତ ଆସ।ଝିଅର ସ୍ବାସ୍ଥ୍ୟ ଖରାପ ଶୁଣି ଜୟ କୁଲାଡ ଆସିଥିଲେ। ସେତେବେଳକୁ ବନିତାକୁ ଚିକିତ୍ସା ନିମନ୍ତେ ଶାଶୁ ଘର ଲୋକ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ଜୟ ସେଠାକୁ ଯାଇ ଦେଖିବାକୁ ପାଇଥିଲେ ଯେ, ତାଙ୍କ ଝିଅ ବନିତାର ବେକ,ହାତ ଆଙ୍ଗୁଠି,ଛାତି ଓ ଗାଲକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତ୍ତର କରିଛନ୍ତି । ବନିତାର ସ୍ୱାସ୍ଥ୍ୟ ଗୁରୁତ୍ତର ହେବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ବନିତାର ପିତା ଜୟ ବେହେରା ନାଲକୋ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
