ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଜଗତସିଂହପୁର ଜ଼ିଲ୍ଲା ମୁକ, ବଧିର ଆସୋସେସନ ର ପ୍ରଥମ ବାର୍ଷିକ ଉଛବ ଅନୁଷ୍ଠିତ ହୋଇଯାଇଛି |ଏହି ଉଛବ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ପୌର ପରିଷଦ ର ପୂର୍ବତନ ଅଧକ୍ଷ୍ୟ ମଧୁସୂଦନ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉଛବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ଏହି ଉଛବ ରେ ମୁକ, ବଧିର ଆସୋସେସନ ରାଜ୍ୟ ସମ୍ପାଦକ ମିସ ମିନା ଦାସ, ଜ଼ିଲ୍ଲା ସଭାପତି ପ୍ରଣାକୃଷ୍ଣ ରାଉତ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ, ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ରାଜ୍ୟ ରେ ଥିବା ମୁକ ବଧିର ବ୍ୟକ୍ତି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ସହିତ ସେମାନଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଗଲେ ସେମାନ ଙ୍କ ର ଆର୍ଥିକ ଏବଂ ମାନସିକ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ | ଏହି ଉପଲକ୍ଷେ କ୍ରୀଡା, ନୁର୍ତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ | ଜ଼ିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଶତାଧିକ ମୁକ ବଧିର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
