ଶିଳ୍ପନଗରୀ ଧୀରେ ଧୀରେ ଚାକିରି କରିବା ଠକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି
ଚାକିରି ଦେବେ କହି ଜଣେ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ସୂଚନା ଯେ, ପଞ୍ଚାୟତ ଓ ବ୍ଲକରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକୁଥିବା ଏକ ଦଳକୁ ଅନୁଗୋଳ ଟାଉନ୍ ପୋଲିସ ଗିରଫ କରିଛି। ସେପ୍ଟେମ୍ବର ୨୭ ତାରିଖ ସନ୍ଧ୍ୟାରେ କଣିହାଁ ହରିଚନ୍ଦନପୁର ଅଞ୍ଚଳର କମଳା ଡାକୁଆଙ୍କ ଝିଅ ବବିତା ଥାନାରେ ଅଭିଯୋଗ କରିଥିଲେ କି, ଅନୁଗୋଳ ସୌଭାଗ୍ୟ ନଗର ଅଞ୍ଚଳରେ ଏସ ପି ଆସୋସିଏଟ ନାମକ ଏକ ସଂସ୍ଥାର ପରିଚାଳକ ତାଙ୍କୁ ଚାକିରି କରିଦେବାକୁ କହି ୧୩,୫୦୦ ଟଙ୍କା ନେଇଥିଲେ। କିନ୍ତୁ ଚାକିରି ଦେବାରେ ଟାଳଟୁଳ ନୀତି ଧରିବାରୁ ବବିତାଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଖବର ନେବାରୁ ଜଣାପଡ଼ିଥିଲା କି ଏମାନେ ଶତାଧିକ ଲୋକଙ୍କୁ ଏହିଭଳି ଠକି ଲକ୍ଷାଧିକ ଟଙ୍କା ନେଇଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ କେସ ନମ୍ବର ୭୫୧/୨୪ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । ଆଜି ପୋଲିସ ଉକ୍ତ ସଂସ୍ଥାର ତିନି ଜଣ ତଥା ଯାମୁଣ୍ଡା ଜଙ୍ଗଲର ସୁନିଲ ବେହେରା, ରାମିମୁଣ୍ଡା ଅଞ୍ଚଳର ଶତ୍ରୁଘ୍ନ ବେହେରା ଏବଂ ବାଲିମି ଥାନା ଅଞ୍ଚଳର ଠକ୍କର ଗ୍ରାମରୁ ବିପିନ୍ ପରିଡ଼ା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି ।
