• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରମେୟ ଓ ନ୍ୟୁଜ ୭ ପକ୍ଷରୁ ୨୦ ପ୍ରତିଯୋଗୀ ଙ୍କୁ ପୁରସ୍କୃତ

Bymamatanews

Sep 29, 2025
Spread the love

ରାଉରକେଲା : ପ୍ରମେୟ ଓ ନ୍ୟୁଜ ୭ ପକ୍ଷରୁ ବିଭିନ୍ନ କ୍ଷେତ୍ରର ନିଆରା ପ୍ରତିଭାଙ୍କ ଚିହ୍ନଟ ସହିତ ସେମାନଙ୍କୁ ପ୍ରେରଣା ଓ ପ୍ରୋସାହନ ଦିଆଯିବା ଅଭିଯାନ ପ୍ରଶଂସନୀୟ । ରଥଯାତ୍ରା ଉପଲକ୍ଷେ ଆୟୋଜିତ ହୋଟେଲ ଆର୍ଗଡିଆ ଇନରେ ଅୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିମାନେ ମତ ଦେଇଛନ୍ତି ରଥଯାତ୍ରା ଉପଲକ୍ଷେ ଆୟୋଜିତ ‘ତୂଳୀରେ ଶ୍ରୀ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତାର ଆଜି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଗୃହସ୍ତୀ ଉଦ୍ୟୋଗର କାର୍ଯ୍ୟନିବାହୀ ଅଧିକାରୀ ଅମିତ ଅଗ୍ରୱାଲ ଓ ଆର୍ଜେଡିଆ ମଲ୍ ଏବଂ ଇନ୍‌ର ମୁଖ୍ୟ ନିଖିଳ ଅଗ୍ରୱାଲ ପ୍ରମେୟ ଓ ନ୍ୟୁଜ ୭ର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ‘ତୁଳୀରେ ଶ୍ରୀଜଗନ୍ନାଥ’ ଭଳି କାର୍ଯ୍ୟକ୍ରମ ଦୂରା ପିଲାମାନେ ଆମ ମହାନ ଜଗନ୍ନାଥ ସଂସ୍କୃତି ବାବଦରେ ଜାଣିବା ସହ ପ୍ରୋତ୍ସାହିତ ହେବେ ବୋଲି କହିଥିଲେ। ‘ପ୍ରମେୟ’ର ତଥ୍ୟ ଭିତିକ ଖବର ପରିବେଷଣ ଶୈଳୀ ଶୈଳୀ ଅନ୍ୟମାନଙ୍କ ଠାରୁ ଭିନ୍ନ ବୋଲି ଅତିଥି ଦ୍ୱୟ ଦର୍ଶାଇଥିଲେ।

ରାଉରକେଲା ସଂସ୍କରଣ ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଦାଶ ସମସ୍ତଙ୍କୁ ସ୍ମଗତ ସହିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ପିଲାମାନଙ୍କ ଚିତ୍ରାଙ୍କନଗୁଡ଼ିକର ମୂଲ୍ୟାଙ୍କନ କରିଥିବା ବିଚାରକ ଗୋକୁଳାନନ୍ଦ ଦାସ, ରାନୁ ପ୍ରଧାନ, ରଶ୍ମିରେଖା ଧଳ, ରାଜୀବ କୁମାର ନାୟକ ଓ ବିକାଶ ବି.ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଏହାପରେ ଅତିଥି ଓ ବିଚାରକମାନେ ଭକ୍ତ ପ୍ରତିଯୋଗିତାର ୨୦ଜଣ ବିଜେତାଙ୍କ ଉଦ୍ଦେଶ୍ୟରେ ପୁରସ୍କାର ବଣ୍ଟନ କରିଥିଲେ। ପ୍ରମେୟ ସହ ସମ୍ପାଦିକା ଅମିତା ଆଚର୍ଯ୍ୟ ସଂଯୋଜନା କରିଥିବା ବେଳେ ନ୍ୟୁଜ୭ର ରାଉରକେଲା ମୁଖ୍ୟ ଅଶୋକ ଦାସ ଧନ୍ୟବାଦ ଦେଇଥିଲେ । ପ୍ରମେୟ ଓ ନ୍ୟୁଜ ୭ର ସେଲ୍‌ସ୍ ଏବଂ ମାର୍କେଟିଂ ବିଭାଗର ନିଳାଚଳ ଖଣ୍ଡୁଆଳ ଓ ସୁକାନ୍ତ ମହାପାତ୍ରଙ୍କ ବ୍ୟବସ୍ଥାପନ‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମେୟ ଓ ନ୍ୟୁଜ ୭ ପରିବାରର ସମସ୍ତ ସଦସ୍ୟ ଓ ବିଜେତାଙ୍କ ଅଭିଭାବକ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *