• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରନ୍ ଫର୍ ୟୁନିଟି ମାରାଥନ ରାଲି ରେ ମୁଖ୍ୟମନ୍ତ୍ରୀ

Bymamatanews

Oct 29, 2024
Spread the love

ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି ମାରାଥନ୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରୁ ଏକ ମାରାଥନ୍ ବାହାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକତାର ଶପଥ କରାଇବା ପରେ ନିଜେ ମଧ୍ୟ ଦୌଡିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ , ରାଜସ୍ଵ ମନ୍ତ୍ରୀ ଏବଂ କ୍ରୀଡାମନ୍ତ୍ରୀ, ମନ୍ତ୍ରୀ ପରିଷଦ ସଦସ୍ୟ ଏବଂ ବିଭିନ୍ନ ବିଭାଗର ସଚିବଓ ଡିଜିପି ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *