• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୦୮ ଆମ୍ବୁଲାନ୍ସ ର କର୍ମଚାରୀମାନେ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ।

Bymamatanews

Oct 29, 2024
Spread the love

ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର କାର୍ଯ୍ୟରତ କର୍ମଚାରୀ ବିଗତ ୨୦୧୩ ମସିହା ଠାରୁ (ଚିକିତ୍ସା ହେଲଥ କେୟାର ଲିମିଟେଡ) ନାମକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥିବା ୧୦୮ ଆମ୍ବୁଲାନ୍ସ ରେ ନିଷ୍ଠାପୂର୍ଣ୍ଣ ଓ ନିଃସ୍ଵାର୍ଥପର ଭାବରେ ସେବା ଯୋଗାଇ ଆସୁଛନ୍ତି।୨୧/୧୦/୨୦୨୪ ତାରିଖ ଠାରୁ M/S EMRI GREEN ନାମକ ଠିକା ସଂସ୍ଥାକୁ ନୂତନ ଦାୟିତ୍ଵ ଗ୍ରହଣ କରିଛି।

ଅଲ ଓଡ଼ିଶାରେ ୨୦୦ କର୍ମଚାରୀ ଙ୍କୁ କାର୍ଯ୍ୟ ଦେଇନାହିଁ। ଯାହା ଫଳରେ ଅଲ ଓଡ଼ିଶାର ସମସ୍ତ କର୍ମଚାରୀ ମାନେ ନିଜ ଜିଲ୍ଲା ର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଧାନ କରିଛନ୍ତି। ଅନଗୁଳ କର୍ମଚାରୀମାନେ ଅଭିଯୋଗ କରିଛନ୍ତି କି ଜିଲ୍ଲା ରେ ସର୍ବମୋଟ୍ ୧୯୦ ଜଣ ଆମ୍ବୁଲାନ୍ସ କର୍ମଚାରୀ ତଥା ଫାର୍ମାସୀଷ୍ଠ, ଆଟେଣ୍ଡାଣ୍ଟ ଓ ଚାଳକ ଅଛନ୍ତି ସେମାନଙ୍କ ମଧ୍ୟରୁ ୧୬୧ ଜଣ ନିଯୁକ୍ତି ପାଇଥିବା ବେଳେ ବାକି ୨୯ ଜଣଙ୍କୁ ଛଟେଇ କରାଯାଇଛି। ଆସନ୍ତା ୩୦ ତାରିଖ ଭିତରେ ଯଦି ଦାବି ପୂରଣ ନ ହୁଏ ତାହେଲେ GPS କୁ ବନ୍ଦ କରି ରୋଗୀ ସେବା କରିବେ। ତା ପରେ ବି ସରକାର ଦାବି ପୁରୁଣ ନ କରନ୍ତି ତା ହେଲେ ଆସନ୍ତା ନଭେମ୍ବର ଆରମ୍ଭରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯାହା କିଛି ଅସୁବିଧା ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଦାଈ ରହିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *