• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଲାଞ୍ଚ କାରବାର ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ

Bymamatanews

Oct 29, 2024
Spread the love

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସାଂଘାତିକ ଅଭିଯୋଗ ଆସିଛି ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀଙ୍କ ଠାରୁ ୱାର୍ଡରେ ଥିବା ଜଣେ ମହିଳା ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଡିଏମ୍ଵଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ସମଲ ଥାନା ଟିପୋ ଗାଁର ନାରାୟଣ ମହାପାତ୍ରଙ୍କ
ପତ୍ନୀ ମାଳତା ମହାପାତ୍ର ଗତ ୨୧ ତାରିଖରେ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରବର୍ତ୍ତୀ ସମୟରେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଳତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ବ୍ଳଡ଼ ପ୍ରେସ ଅଧିକ ଥିବା ଦର୍ଶାଇ କଟକ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା | ନାରାୟଣ ଜଣେ ଗରିବ ଶ୍ରେଣି ର ହୋଇଥିବାରୁ ଏଠାରେ ତାଙ୍କ ସ୍ତ୍ରୀର ଚିକିତ୍ସା କରାଯିବାକୁ ନାରାୟଣ ଡାକୁତିମିନତି ହୋଇଥିଲେ। କିଛି ସମୟ ପରେ ୱାର୍ଡରେ ଥିବା ଜଣେ ମହିଳା ତାଙ୍କ ପତ୍ନୀଙ୍କର ସୁରକ୍ଷିତ ଚିକିତ୍ସା ପାଇଁ ୫ ହଜାର ଟଙ୍କା ଖର୍ଚ ହେବ ବୋଲି କହିଥିଲେ। ନାରାୟଣଙ୍କ ଠାରୁ ୫ ହଜାର ଟଙ୍କା ନେବାପରେ ତାଙ୍କ ସ୍ତ୍ରୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ବୋଲି
ନାରାୟଣ କହିଛନ୍ତି । ନାରାୟଣ ଘରକୁ ଫେରିବାକୁ ତାଙ୍କ ପାଖରେ ଟଙ୍କାଟିଏ ନଥିବାରୁ ସମାଜସେବୀ ଚିନ୍ମୟୀ ଦାସ ଙ୍କୁ ଜଣାଇଥିଲେ। ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ନାରାୟଣ ପତ୍ନୀ, ପୁଅଙ୍କୁ ଧରି ଘରକୁ ଫେରିବାକୁ ସିଡିଏମ୍‌ଓ ଗାଡ଼ି ବ୍ୟବସ୍ଥା କରିଥିଲେ। ତେବେ ସବୁଠାରୁ ବଡକଥା ହେଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ବିନା ଘୁଷ କାର୍ଯ୍ୟ ହେଉନଥିବା ପ୍ରମାଣିତ ହେଉଛି। ଏଥିନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *