କେନ୍ଦୁଝରରେ ପୋଖରୀ କୁଳ ରୁ ଏକ ବ୍ୟାଗ ଭିତରୁ ପ୍ରାୟ ୩ ରୁ୪ ଦିନର ଶିଶୁ କନ୍ୟା ଉଦ୍ଧାର ।
ତୁରୁମୁଙ୍ଗା ଥାନା କ୍ଷୀରେଇଟାଙ୍ଗିରୀ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୁଳ ରେ ବ୍ୟାଗ ଭିତରୁ ଶିଶୁ କନ୍ୟା କୁ ଉଦ୍ଧାର କରାଯାଇଛି। କୌଣସି ନିଷ୍ଠୁର ମା ଶିଶୁକୁ ଅତି ନିର୍ମମ ଭାବରେ ବ୍ୟାଗ ଭିତରେ ପୁରାଇ ବ୍ୟାଗର ଚେନ ଲଗାଇ ସେଠାରେ ଛାଡି ଚାଲି ଯାଇଥିଲେ । ସେହି ଗ୍ରାମର ଡାଳିମ୍ବ ମୁଣ୍ଡା ନାମକ ଜଣେ ମହିଳା ପୋଖରୀକୁ ଯାଉଥିବା ସମୟ ରେ ଛୁଆ ହୃଦୟବିଦାରକ କାନ୍ଦ ଶୁଣି ବ୍ୟାଗ ଖୋଲିବା ପରେ ଶିଶୁ କୁ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଶିଶୁ କନ୍ୟା ଟି ୩ ରୁ ୪ଦିନର ହୋଇଥିବା ସୂଚନା ମିଳିଛି । ତେବେ ଶିଶୁଟିର ଅବସ୍ଥା ଭଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝରରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ
