ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ୨୦୨୨ ମସିହାରେ ଶିବରାମ ସାହୁ ନାମକ ବ୍ୟକ୍ତି କୁ ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ ଦୀପକ ବେହେରା। ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ ପଞ୍ଚାୟତ କେନ୍ଦୁପାଟଣା ସାହିର ଶିବରାମ ସାହୁ ଓ କଇଁଫୁଲିଆ ସାହିର ବାନାମ୍ବର ବେହେରା ଙ୍କ ୩୦ ବର୍ଷୀୟ ପୁଅ ଦୀପକ ବେହେରା ଙ୍କ ସହ ପୂର୍ବରୁ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହି ବଚସା କୁ ଦୀପକ ୨୦୨୨ ମସିହା ମେ ମାସ ୩ ତାରିଖରେ ଶିବରାମ ତୁଳସୀ ପୂଜା କରୁଥିବା ବେଳେ ପଛପାଖ ରୁ ଏକ ଟାଙ୍ଗୀ ସାହାର୍ଯ୍ୟରେ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ସମୟରେ ଶିବରାମ ଙ୍କ ଝିଅ ଦେଖି ଚିତ୍କାର କରି ଲୋକଙ୍କୁ ଡାକିବା ବେଳେ ତାକୁ ମଧ୍ୟ ଆକ୍ରମଣ କରିଥିଲା। ପଡୋଶୀ ଲୋକେ ପହଞ୍ଚି ଯିବାରୁ ଦୀପକ ଘଟଣାସ୍ଥଳ ରୁ ବାଇକ୍ ଯୋଗେ ଫେରାର ହୋଇଯାଇଥିଲା। ଏଥିନେଇ ଶିବରାମ ଙ୍କ ସ୍ତ୍ରୀ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେବ କୋର୍ଟ ରେ ମାମଲା ଚାଲିଥିବା ବେଳେ ଆଜି କୋର୍ଟ ଏହାର ରାଏ ଶୁଣାଇଛନ୍ତି । ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ହୃଷୀକେଶ ଆଚାର୍ଯ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ନାମ ପ୍ରଦାନ କରିଛନ୍ତି। ଶିବରାମଙ୍କ ପରିବାର ପକ୍ଷରୁ ଆଇନଜୀବୀ ତାପସ ରଞ୍ଜନ ମିଶ୍ର ମାମଲା ଲଢୁଥିବା ବେଳେ ଏହି ମାମଲାର ତଦନ୍ତ ଭାର ସମ୍ଭାଳି ଥିଲେ ଥାନା ଅଧିକାରୀ ବି ବି ବିଶ୍ଵାଳ।
