
ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଧୀନସ୍ଥ କତଡା ନିକଟରେ କାର ଧକ୍କା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କତଡା ଗାଁ ର ଗୋକୁଳା ନାଏକ ଙ୍କ ପୁଅ ପ୍ରଶ୍ନ ନାଏକ । ସୂଚନା ଯେ ଅପରାହ୍ନ ସମୟରେ ସାଇକଲ ଯୋଗେ ପ୍ରଶ୍ନ ଆସୁଥିବା ବେଳେ ଏକ କାର ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ପ୍ରଶ୍ନ ଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଜରପଡ଼ା ପୋଲିସ ପହଁଚି କାର କୁ ଜବତ କରିବା ସହ ଚାଳକ କୁ ଅଟକ ରଖିଛି।

ସେହିପରି ସଦର ଥାନା ଅନ୍ତର୍ଗତ ପରତରା ଗ୍ରାମର ଗନ୍ଧର୍ବ ଜେନା ସ୍କୁଟି ଯୋଗେ କାଲଟାକ୍ସ ଆଡୁ ଅମଲାପଡା ଅଞ୍ଚଳକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଗନ୍ଧର୍ବ ଆହତ ହୋଇଥିଲେ। ଖବର ପାଇ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ କୁ ଅଟକ ରଖିଛି।

