• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତ୍ରିବେଣୀ ଅମାବାସ୍ୟା ଉପଲକ୍ଷେ ପଞ୍ଚସଖା ପୀଠ ରେ ସନାତନ ଧର୍ମ ମହାସତସଙ୍ଗ ଅନୁଷ୍ଠିତ

Bymamatanews

Jan 30, 2025
Spread the love


ଜଗତସିଂହପୁର : ପବିତ୍ରପଞ୍ଚସଖାଙ୍କ ଧ୍ୟାନକୁଦ (ଗୁପ୍ତ ବୃନ୍ଦାବନ ) ଠାରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବଙ୍କ ଦ୍ୱାରା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାସତସଙ୍ଗ ଅନୁଷ୍ଠିତ ହୋଇଅଛି, ପବିତ୍ର ତ୍ରିବେଣୀ ଅମାବାସ୍ୟା ଭଳି ଏକ ପବିତ୍ର ଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥିବା ନେଇ ସାଧୁ ସନ୍ଥ ମାନେ ବେଶ ଆନନ୍ଦିତ ହୋଇଥିଲେ, ଏହି ପୀଠର କିଛି ରୋଚକ ବା ଅତୀତର ଲୀଳାର ତଥ୍ୟ କୁ ନେଇ ଆଜିର ଆଲୋଚନା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଭକ୍ତି ଭାବକୁ ଉଜ୍ଜୀବିତ କରିଥିଲା, ଆର୍ଯ୍ୟ ସଂସ୍କୃତି ଓ ସନାତନ ଧର୍ମ ଜାଗର ନିମନ୍ତେ ଶ୍ରୀଗୁରୁଙ୍କ ଅହରହ ଉଦ୍ୟମ ସାଧାରଣରେ ଆଲୋଡନା ସୃଷ୍ଟି ହୋଇଅଛି, ଆଜିର କାର୍ଯ୍ୟକ୍ରମରେ ମାଳିକା ପ୍ରବଚକ ଶ୍ରୀ ଦିବାକର ଦାସ ମହାରାଜ ଯୋଗଦେଇ କହିଥିଲେ ଯେ ଭାଗବତରେ ଅଛି ଗୁରୁଙ୍କ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର ତେଣୁ ସଂସାରରେ ସବୁ ମାନବ ମାନେ ଶ୍ରୀଗୁରୁଙ୍କ ଆଶ୍ରିତ ହୋଇ ନିଜର ଜୀବନ ଚର୍ଯ୍ୟାରେ ଉଚିତ ମାର୍ଗରେ ପରିଵର୍ତନ ହୋଇ ଭଗବତ ମୁଖି ହେବା ଦରକାର, ସ୍ଥାନୀୟ ପୀଠର ବାବା ଅରକ୍ଷିତ ଦାସ ମହାରାଜ କହିଥିଲେ ଯେ ଯୁଗ ଯୁଗ ଧରି ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯେତେ ଅବତାର ଧରି ଶ୍ରୀ ପୁରୁଷୋତ୍ତମ ଧରାକୁ ଅବତରଣ କରିଥିଲେ ସେ ଏହି ଗୁପ୍ତ ବୃନ୍ଦାବନ ପୀଠରେ ଭଗବତ ଲୀଳା କରିଥିବା ବେଳେ ପଞ୍ଚସଖା ବାଣୀରେ ଉଲ୍ଲେଖ ଅଛି ଯେ କଳି ଯୁଗ ଶେଷରେ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମ କଳ୍କୀ ଅବତାରେ ଆସି ଏଠାରେ ଲୀଳା ହେବା ନେଇ ଆଲୋଚନା କରିବା ସହ, ଗୁରୁଙ୍କ ପାଦପଦ୍ମକୁ ଜାବୁଡି ଧରିଲେ ଏ ମାୟା ସଂସାରରୁ ଉଦ୍ଧାର ହେବା ନେଇ କହିଥିଲେ, ବୃନ୍ଦାବନ ବୈଷ୍ଣବ ପରମାନନ୍ଦ ପ୍ରଭୁ ମଧ୍ୟ ଗୁରୁ ଦୀକ୍ଷା ଗ୍ରହଣ କରି ସାଂସାରିକ ଜୀବନରେ ଈଶ୍ୱର ମାର୍ଗରେ ରହି ନିଜର ଜୀବନଚର୍ଯ୍ୟାକୁ ପରିବର୍ତନ କରିବା ନେଇ ମତ ରଖିଥିଲେ, କାର୍ଯ୍ୟକ୍ରମରେ ଗୁରୁ ମା ସ୍ୱାଧୀ ପ୍ରଜ୍ଞାପାରମିତା ଦେଵୀ, ମାନସୀ ଦେଵୀ, ପୀଠର ପାଟ ରାଜା ପ୍ରଭାତ ନନ୍ଦୀ, ବିଶ୍ଵାପତି ବିଭୁଦତ୍ତ ସାହୁ, ମୁଖ୍ୟ ପୂଜକ ଗୋପାଳ ପଣ୍ଡିତ, ସଂଗୀତ ନିର୍ଦେଶକ ଶରତ ନାୟକ,ପ୍ରମୋଦ କୁମାର ନାୟକ, ଜ୍ୟୋସ୍ନାରାଣୀ ନାୟକ, ସଂପାଦକ ଅସିତ ରଞ୍ଜନ ପ୍ରଧାନ, ଦେବାଶିଷ ପରିଡା, ବିଶ୍ୱଜିତ ପରିଡା, ରଂଜିତ ଦାଶ ଅପର୍ଣ୍ଣା ନାୟକ, ସୁପର୍ଣ୍ଣା ନାୟକ, ସୁଭାଶିଷ ଆଚାର୍ଯ୍ୟ,ଦିବ୍ୟଜ୍ୟୋତି ମହାପାତ୍ର, ଅଜୟ ପ୍ରଧାନ, ମାନସ ସାହୁ, ସୂର୍ଯ୍ୟକାନ୍ତ ସାହୁ, କୃପାସିନ୍ଧୁ ବିଶ୍ୱାଳ, ଦିଲ୍ଲୀପ ନାୟକ, ସାଇ ମୋହନ ବିଶ୍ୱାଳ, ଲଳିତ ସ୍ୱାଇଁ, ରଞ୍ଜନ ବେହେରା, ରାମ ଚଦ୍ର ସାହୁ, ନିଶିକାନ୍ତ ବେହେରା, ବିଶ୍ୱନାଥ ବେହେରା, ଅଶୋକ ମହାପାତ୍ର, ଜନ୍ମଜେୟ ଦାସ,ପ୍ରଦୀପ୍ତ ଜେନା ଦେଵୀ ପ୍ରସାଦ ପାଣି, ବିକେଶ ପୃଷ୍ଟି, ରଂଜିତା ପରିଡା, ରଂଜିତା ସ୍ୱାଇଁ, ଶ୍ରଦ୍ଧା ଇତିସ୍ମିତା ଦାଶ, ସସ୍ମିତା ପଲେଇ, ପ୍ରମୋଦିନୀ ପରିଡା, ସସ୍ମିତା ବେହେରା, ଆରତୀ ବେହେରା, ମନୋରମା ବେହେରା, ମଦୁସ୍ମିତା ଗିରି, ଅଲିଅଳି ମୁଦୁଲି, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *