• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନୂତନ ନାଲକୋ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା।

Bymamatanews

Jan 30, 2025
Spread the love

ଗତକାଲି ନାଲକୋନଗର ସ୍ଥିତ ସେବା ଓ ସାସ୍କୃତିକ ର ଅଗ୍ରଣୀ ଅନୁଷ୍ଠାନ ସାରେଗାମା ର ତରଫରୁ ଆର୍ୟବତ୍ତ ପ୍ରେକ୍ଷାଳୟ ରେ ଏକ ସଙ୍ଗୀତ ସନ୍ଧ୍ୟା ମାଧ୍ୟମ ରେ ନାଲକୋ ର ନବ ନିଯୁକ୍ତ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନାଲକୋ ର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଓ ସମ୍ମାନିତ ଅତିଥି ଭାବେ ଉତ୍ପାଦନ ନିର୍ଦ୍ଧେଶକ ଶ୍ରୀ ପଙ୍କଜ କୁମାର ଶର୍ମା ଯୋଗଦେଇ ଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟ ରେ ସାରେଗାମା ର ସଭାପତି ତଥା ଜି ଜି ଏମ ( ସି ପି ପି) ଶ୍ରୀ ଅମରେନ୍ଦ୍ର କୁମାର ମିଶ୍ର, ଜି ଜି ଏମ (ଏଚ ଆଣ୍ଡ ଏ) ଓ ସାରେଗାମା ର ମୁଖ୍ୟ ପରାମର୍ଶ ଦାତା ଶ୍ରୀ ଶୁଭେନ୍ଦୁ କୁମାର ନାୟକ, ଜିଜିଏମ (ସି ଆର ଜି) ଶ୍ରୀ ପ୍ରମୋଥ କୁମାର ମହାନ୍ତି, ଜିଜି ଏମ (ଓ ଆଣ୍ଡ ଏମ) – ସ୍ମେଲ୍ଟର ଶ୍ରୀ ସଚ୍ଚିଦାନନ୍ଦ ଜେନା, ଜି ଜି ଏମ (ପ୍ରୋଜେକ୍ଟ) ଶ୍ରୀମତୀ ଶୁକ୍ଳା ନନ୍ଦୀ , ଜି ଜି ଜି (ଆସ ଓ କୋଲ୍) ଶ୍ରୀ ସଂଜୀବ କୁମାର, ଜି ଜି ଏମ (ଓ ଆଣ୍ଡ ଏମ ) – ସି ପି ପି ଶ୍ରୀ ସତ୍ୟବାଦୀ ମିଶ୍ର, ଜି ଜି ଏମ (ଟି ଆଣ୍ଡ ସି) ଶ୍ରୀ ସକିଲୁର ରହେମନ୍, ଜି ଜି ଏମ (ମାଇନସ) ଶ୍ରୀ ଏସ ଏସ ପାତ୍ର, ଜି ଜି ଏମ ( ଅର୍ଥ) ଶ୍ରୀ ପି କେ ତ୍ରିପାଠୀ , ଜି ଜି ଏମ (ମ୍ୟାଟେରିଆଲ) ଶ୍ରୀ ଐରା ଭୋଇ ପ୍ରମୁଖ ଯୋଗ ଦେଇ ଥିଲେ। ସମସ୍ତ ଅତିଥି ବୃନ୍ଦ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭ ରେ ପୂଜ୍ୟ ପୂଜା ଓ ସାରେଗାମା ର ପାରମ୍ପରିକ ପ୍ରଥା ଅନୁଯାୟୀ ଏକ ବିରାଟ ପୁଷ୍ପମାଳ ଦ୍ୱାରା ନବ ନିଯୁକ୍ତ ଅଧ୍ୟକ୍ଷ ଙ୍କୁ ସ୍ଵାଗତ କରାଯାଇଥିଲା। ଉପ ସଭାପତି ଶ୍ରୀ କିଶୋର କୁମାର ବେହେରା ଙ୍କ ଅଭିଭାଷଣ ରେ ସାରେଗାମା ର ସେବା ଓ ସାଂସ୍କୃତିକ ଅଭିମୁଖ୍ୟ ର ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାସଣ ରେ ସଙ୍ଗୀତ ଆସର ଓ ସାରେଗାମା ର କାର୍ଯ୍ୟପନ୍ଥା କୁ ଭୂୟସୀ ପ୍ରଶଂସା କରିବା ସହିତ ଅନୁଷ୍ଠାନ କୁ ସାହାଯ୍ୟ ସହଯୋଗ ର ପ୍ରତିଶ୍ରୁତି ଦେଇ ଥିଲେ। କାର୍ଯକ୍ରମ ଟିକୁ ସାରେଗାମା ର ଶ୍ରୀ ଅବିନାଶ ପ୍ରଧାନ ପରିଚାଳନା କରିଥିଲେ। ସ୍ଵାଗତ ସଙ୍ଗୀତ ସନ୍ଧ୍ୟା ର ପ୍ରମୁଖ ଗାୟକା/ଗାୟିକ ଶ୍ରୀ ସୁନନ୍ଦୋ ସେନ, ଶ୍ରୀମତୀ ଅନୂପୂର୍ବା ସେନ୍, ଶ୍ରୀ ତପନ କୁମାର ମିଶ୍ର, ଶ୍ରୀ ଅତିଥି ରଞ୍ଜନ ସ୍ବାଇଁ, ଶ୍ରୀ ଅବିନାଶ ପ୍ରଧାନ, ଶ୍ରୀମତୀ ପ୍ରୀତି ପଦ୍ମା ସାହୁ ଙ୍କ ଦ୍ଵାରା ସୁମଧୁର ଗୀତ ତାଳେ ତାଳେ ଅତିଥି ଓ ଦର୍ଶକ ବୃନ୍ଦ ନାଚି ଉଠିଥିଲେ । କାର୍ଯ୍ୟକ୍ରମ ଟିକୁ ଶ୍ରୀ ରାଜାରାମ ମିଶ୍ର, ଅଜୟ ମହାରଣା, ଦେବାଶିଷ ମିଶ୍ର, ଗୌତମ ନାୟକ, ପ୍ରଶାନ୍ତ ସାହୁ , ରମେଶ କୁମାର ସାହୁ, ହରେକୃଷ୍ଣ ନାଥ, ତପନ ମିଶ୍ର, ନଳିନୀ କାନ୍ତ ପଣ୍ଡା, ଶ୍ରୀନିବାସ ସାହୁ, ବସନ୍ତ ନାୟକ, ଅବିନାଶ ପ୍ରଧାନ, ଡ. ଲୋକସେବକ ଦାରା ଶୁକା, ସୁନନ୍ଦୋ ସେନ୍, ପ୍ରଶାନ୍ତ ଦେହୁରୀ, ଦିଲ୍ଲିପ ସାହୁ, ଦୀପକ ସାମଲ, ପ୍ରଶାନ୍ତ ସାହୁ, ଶୁଭେନ୍ଦୁ ମହାନ୍ତି, କେଦାର ନାଥ ସିଂହ, ଦେବବ୍ରତ ପଟ୍ଟନାୟକ, ସୁକାନ୍ତ ନାୟକ, ଶିବରାମ ସେଠୀ, ପ୍ରଦୀପ୍ତ ମଲ୍ଲିକ, ପୀୟୁଷ ରଞ୍ଜନ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେସ ରେ ଉପ ସଭାପତି ଶ୍ରୀ କିଶୋର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *