ମେଡିକାଲ ଜନ୍ତ୍ରପାତି କିଣା ଟେଣ୍ଡର ନେଇ ଅଭିଯୋଗ
କଟକ ଏସ ସି ବି ମେଡିକାଲ କଲେଜ ହେପାଟାଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାଃ ସନାତନ ବେହେରା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସୂଚନା ମୁତାବକ ମେଡିକାଲ ର ହେପାଟାଲୋଜି ବିଭାଗ କୁ ଜନ୍ତ୍ରପାତି ଯୋଗାଇବା ପାଇଁ ଟେଣ୍ଡର ରେ ଭାଗ ନେଇଥିବା ସଂସ୍ଥା ଠାରୁ ଡାଃ ବେହେରା ବେଆଇନ ଭାବେ ଟଙ୍କା ନେଉଥିବା ଭିଜିଲାନ୍ସ ବିଭାଗ ନିକଟରେ ସୂଚନା ପହଞ୍ଚି ଥିଲା। ଡାଃ ବେହେରା ମେଡିକାଲ ରୁ ବାହାରି ଏକ ଆକ୍ଟିଭା ସ୍କୁଟି ଯୋଗେ ଘରକୁ ଯିବା ସମୟରେ ଭିଜିଲାନ୍ସ କାଠଗୋଲା ସାହି ରେ ଅଟକାଇ ଯାଞ୍ଚ କରିଥଲେ। ଗାଡି ରୁ ନଗଦ ୨ ଲକ୍ଷ ୬୩ ହଜାର ଟଙ୍କା ଭିଜିଲାନ୍ସ କୁ ମିଳିଥିଲା। ତେବେ ଏହି ଟଙ୍କା ଅସତ୍ ଉପାୟରେ ଅର୍ଜନ ହୋଇଥିବା ନେଇ ଏକ ମାମଲା ରୁଜୁ ହୋଇଛି।
