• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୁଳରେ ସଡ଼କ ସୁରକ୍ଷା ମାସର ସମାପନୀ

Bymamatanews

Jan 30, 2026
Spread the love

ସାଧନାରୁ ଶୁଦ୍ଧତା, ନିଜେ ବଦଳିଲେ ସମାଜ ବଦଳିବ” — ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର

ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧ ଜାନୁଆରୀରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ସଡ଼କ ସୁରକ୍ଷା ମାସର ସମାପନୀ ସମାରୋହ ବ୍ଲାକ୍ ଡାୟମଣ୍ଡ ଅଡିଟୋରିଅମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ADM) ଉଦୟ କୁମାର ମହାପାତ୍ର କହିଥିଲେ ଯେ,
“ସାଧନାରୁ ଶୁଦ୍ଧତା ଆସେ। ଏକ ଭଲ ସମାଜ ଗଠନ ପାଇଁ ଅନ୍ୟମାନଙ୍କୁ ବଦଳାଇବା ପୂର୍ବରୁ ଆମେ ନିଜେ ବଦଳିବା ଆବଶ୍ୟକ।”
ସଡ଼କ ସୁରକ୍ଷା କେବଳ ଆଇନ ପାଳନ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଅତ୍ୟଧିକ କାମର ଚାପ (overwork) ନିୟନ୍ତ୍ରଣ କରି ସୁସ୍ଥ ଜୀବନଶୈଳୀ ଅନୁସରଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ ଯାନବାହନର ଠିକ୍ ଡକ୍ୟୁମେଣ୍ଟ—ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍, ବୀମା ଓ Pollution Under Control (PUC) ସର୍ଟିଫିକେଟ୍—ସମୟମତେ ରଖିବାକୁ ଆହ୍ୱାନ ଦେଇଥିଲେ।

ସେହିପରି NH-55ରେ ଠିକ୍ ରୋଡ୍ ସାଇନେଜ୍ ଓ ଯାତାୟାତ ଶୃଙ୍ଖଳା ଦୁର୍ଘଟଣା ରୋକଥାମରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
Economic Survey Report ଉଦ୍ଧୃତ କରି ସେ କହିଥିଲେ ଯେ ମୋଟାପା (Obesity) ଏକ ଆର୍ଥିକ ବିପଦ, ଯାହା ସୁସ୍ଥ ଜୀବନ ଓ ସୁରକ୍ଷିତ ଯାତାୟାତ ସହ ସିଧାସଳଖ ସଂପୃକ୍ତ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜୀବ ଲୋଚନ ପଣ୍ଡା ଯୋଗଦେଇ ସଡ଼କ ସୁରକ୍ଷା ଓ ଯାତାୟାତ ନିୟମ ପାଳନରେ ପୋଲିସ୍ ପ୍ରଶାସନର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସଚେତନତା ଓ ଆଇନ ପାଳନ ମାଧ୍ୟମରେ ଦୁର୍ଘଟଣାକୁ ଅନେକ ହାରେ କମାଯାଇପାରିବ।

ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ସମ୍ବିତ୍ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସଡ଼କ ସୁରକ୍ଷା ମାସ କେବଳ ସଚେତନତା କାର୍ଯ୍ୟକ୍ରମରେ ସୀମିତ ନଥିଲା, ବରଂ ଏହାକୁ “ସଚେତନତାର ବାହକ” ଭାବେ ଗଢ଼ିତୋଳାଯାଇଛି।
ଏହି ଅବଧିରେ ୯୩ unit ରକ୍ତଦାନ କାର୍ଯ୍ୟକ୍ରମ ଓ ପ୍ରଥମ ଥର ପାଇଁ ବୃଦ୍ଧଜନଙ୍କ ପାଇଁ Geriatric Full Body Health Check-up ଆୟୋଜନ କରାଯାଇ ସମାଜ ପ୍ରତି ପରିବହନ ବିଭାଗର ମାନବିକ ଦାୟିତ୍ୱକୁ ପ୍ରମାଣ କରାଯାଇଛି।

ସମାରୋହରେ ବସ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ, ଡ୍ରାଇଭର୍ ସଂଘ, ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ, ଶିକ୍ଷକବୃନ୍ଦ ଓ ବହୁ ସଚେତନ ନାଗରିକ ଉପସ୍ଥିତ ଥିଲେ।

ସମାପନରେ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ନିଜକୁ ବଦଳାଇବା ଓ ଦୁର୍ଘଟଣାମୁକ୍ତ ସମାଜ ଗଢ଼ିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *