• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାଇୱା ଧକ୍କାରେ ଶିକ୍ଷୟତ୍ରୀ ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ।

Bymamatanews

Jan 30, 2026
Spread the love

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ମର୍ମନ୍ଦୁତ ସଡ଼କ ଦୁର୍ଘଟଣାରେ ଶିକ୍ଷୟତ୍ରୀ ଙ୍କ ମୃତ୍ୟୁ ହୋଇଥିବାନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ମାଇନିଂ ଛକ ନିକଟସ୍ତ ୫୨୦ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟା ୫ଟା ସମୟରେ ଏକ ହାଇବା ଟ୍ରକ ସ୍କୁଟିକୁ ପଛ ପଟୁ ଧକ୍କା ଦେବା ଫଳରେ ମହିଳା ଜଣକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ନେଇ ସୂଚନା । ମୃତ ମହିଳା ଜଣଙ୍କ ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ଅଞ୍ଚଳର ବୋଲି ସୂଚନା। ମୃତ ମହିଳା ଙ୍କ ଜଣଙ୍କ ନାମ ସୁନିତା ଲୋହାର ଏବଂ ତାଙ୍କ ବୟସ ପାଖାପାଖି ( ୪୨) ବର୍ଷ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ମହିଳା ଜଣକ ବିଳେଇପଦା ଶିଶୁମନ୍ଦିର ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ଏକ ସ୍କୁଟି ନମ୍ବର୍ (OD 09J 9800) ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଏକ ହାଇୱା ନମ୍ବର୍ (OD 14AG 8355) ତାଙ୍କୁ ପଛ ପଟରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।ଘଟଣା ସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ମୃତ ସୁନିତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଟାଟା ଷ୍ଟିଲ ମେଡିକାଲ କୁ ପଠାଇଥିବା ନେଇ ସୂଚନା।

ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *