ଅନୁଗୋଳ ଜିଲ୍ଲା ବଅଁରପାଳ ନୂତନ ନବନିର୍ମିତ ବାଇପାସ୍ ରାସ୍ତା ଠାରେ ଭାରସାମ୍ଯ ହରାଇ ଓଲଟିଲା ଏକ ସିମେଣ୍ଟ ବୋଝେଇ । ସୂଚନା ମୁତାବକ ଆଜି ସକାଳ ପ୍ରାୟ ୪ ଘଟିକା ସମୟରେ ଓଡ଼ି ୦୫ ବି ଇ ୨୯୨୫ ନଂ ଏକ ସିମେଣ୍ଟ ବୋଝେଇ ଟ୍ରକ ଗଡ଼ସନ୍ତ୍ରୀ ଗ୍ରାମ ପଞ୍ଚାୟତ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବର ପ୍ରାୟ ୧୦ ଫୁଟ ତଳକୁ ଓଲଟି ପଡି ଗାଡିରୁ ସିମେଣ୍ଟ ବସ୍ତା ଗୁଡିକ୍ ବୁଣି ହୋଇ ଯାଇଥିଲା । ଟ୍ରକ ଟି ଆଠଗଡ଼ ରୁ ଆଠମଲ୍ଲିକ ଅଭିମୁଖେ ସିମେଣ୍ଟ ନେଇ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଗାଡିର ଚାଳକ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି ।
