• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ମାଲିକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

Bymamatanews

Apr 30, 2025
Spread the love

ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ମାଲିକ ମାନଙ୍କ ମଧ୍ୟରେ ବଢୁଛି ଆସୋନ୍ତସ । କାନପୁର ନଦୀ ବନ୍ଧ ପ୍ରକଳ୍ପ ଭିତରେ ପାଇପ ଲାଇନ ଯୋଗେ ଲୁହାପଥର ପରିବହନ ପାଇଁ ପାଣି ନେବାକୁ ନିର୍ମାଣ କରାଯାଉଥିବା ପାଇପ ଲାଇନ ଓ ଇନଟେକ ଓ୍ବାଲ କାମକୁ ବନ୍ଦ କରିଛନ୍ତି ଟ୍ରକମାଲିକ ସଂଘ,l କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ ମାଲିକ ମାନେ ଆଜି ଚମ୍ପୁଆ ଉପଖଣ୍ଡ ରେ ନିର୍ମାଣଧିନ କାନପୁର ନଦୀବନ୍ଧ ପ୍ରକଳ୍ପ ଭିତରେ ଚାଲୁଥିବା ପାଇପ ଲାଇନ ଓ ଇନଟେକ ଓ୍ବାଲ କାମକୁ ବନ୍ଦ କରିଛନ୍ତି । କାନପୁର ନଦୀ ବନ୍ଧ ପ୍ରକଳ୍ପ ଚାଷୀକଂ ପାଇଁ ନିର୍ମାଣ କରାଯାଇଥିବା ବେଳେ ଏପଟେ ପ୍ରକଳ୍ପ ଭିତରୁ ପାଣି କମ୍ପାନୀ ମାନଙ୍କୁ ପାଣି ଯେlଗାଇ ଦେବାକୁ ଉଦ୍ୟମ କରାଯାଉଥିବା ରୁ ଏହାକୁ ବିରୋଧ କରାଯାଇ ଏହାର କାମକୁ ବନ୍ଦ କରିଛନ୍ତି ଶହ ଶହ ଟ୍ରକ ମାଲିକ ।ବିଗତ ଦିନ ମାନଙ୍କରେ ପାଇପ୍ ଲାଇନ ମାଧ୍ୟମରେ ଲୁହାପଥର ପରିବହନକୁ ବିରୋଧ କରିଥିଲେ ଟ୍ରକ୍ ମାଲିକ,ଅନ୍ୟ ପଟେ ଜିଲ୍ଲାର ଚାଷ ତଥା ଚାଷୀଙ୍କ ଉନ୍ନତି ପାଇଁ ନିର୍ମାଣ ଧିନ କାନପୁର ନଦୀ ବନ୍ଧ ଯେlଜନା ରୁ ସ୍ଲରି ପାଇପରେ ଖଣିଜ ଦ୍ରବ୍ୟ ପରିବହନ ପାଇଁ କାନପୁରର ପାଣି ନେବାକୁ କମ୍ପାନୀ କୁ ଅନୁମତି ଦେବା ଏବଂ କଂପାନୀ ଏଠାରେ ପ୍ରକଳ୍ପ ଭିତରେ ଇନଟେକ ଓ୍ବାଲ ନିର୍ମାଣ କରିବାକୁ ବିରେlଧ କରିଛନ୍ତି ଓ ଏପରିକି ଏହି ଇନଟେକ ଓ୍ବାଲ ସହିତ ପାଇପ ଲାଇନ କାମକୁ ବନ୍ଦ କରିଛନ୍ତି ଟ୍ରକ୍ ମାଲିକ ସଙ୍ଘର କର୍ମକର୍ତ୍ତା। ଜିଲ୍ଲାରେ ଉତ୍କଟ ଜଳାଭାବ ଦେଖାଦେବା ସହ ଚାଷୀ ପାଣି ପାଇବା ଅସମ୍ଭବ ହେଇ ପଡିବ ଏଣୁ ଇନଟେକ ଓ୍ବାଲ ସହ ପାଇପ୍ ଲାଇନ୍ କାମକୁ ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ଏହି ବିରୋଧ କୁ ତୀବ୍ରତର କରାଯିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *