• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନିର୍ବାଚନ ଅଧିକାରୀଙ୍କ ପାଇଁ ୨ ଦିନିଆ ତାଲିମ ସହିତ କ୍ଷେତ୍ର ପ୍ରସ୍ତୁତିକୁ ସୁଦୃଢ଼ କରୁଛନ୍ତି‘ଭାରତ ନିର୍ବାଚନ ଆୟୋଗ’

Bymamatanews

Apr 30, 2025
Spread the love

ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ (CEC) ଶ୍ରୀ ଜ୍ଞାନେଶ କୁମାର ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (IIIDEM) ଠାରେ ବିହାରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (EROs) ଏବଂ ବୁଥ୍ ସ୍ତରୀୟ ଅଧିକାରୀ (BLOs) ଏବଂ ହରିୟାଣା, NCT ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର EROs ଏବଂ BLO ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଦୁଇ ଦିନିଆ କ୍ଷମତା-ନିର୍ମାଣ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ଆଗାମୀ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଜାରି ପ୍ରସ୍ତୁତିର ଏକ ଅଂଶ। ଏହି ମିଶ୍ରିତ ବ୍ୟାଚ୍ ତାଲିମ କାର୍ଯ୍ୟକ୍ରମରେ ମୋଟ ୩୬୯ଜଣ ତୃଣମୂଳସ୍ତରୀୟ ନିର୍ବାଚନ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି ।୨. ତାଙ୍କ ଉଦ୍ଘାଟନୀ ଭାଷଣରେ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ (CEC)ଜ୍ଞାନେଶ କୁମାର କହିଥିଲେ ଯେ BLO ଏବଂ EROଙ୍କ ସହବୁଥ୍ ସ୍ତରୀୟ ଏଜେଣ୍ଟ (BLAs) ମଧ୍ଯ ସଠିକ୍ ଏବଂ ଅଦ୍ୟତନ ଭୋଟର ତାଲିକା ସୁନିଶ୍ଚିତ କରିବା ପାଇଁ ଦାୟୀ ଏବଂ ସେମାନେ ଲୋକ ପ୍ରତିନିଧ୍ଵତ୍ତ୍ଵ ଆଇନ ୧୯୫୦, ନିର୍ବାଚନ ପଞ୍ଜୀକରଣ ନିୟମ ୧୯୬୦ ଏବଂଭାରତ ନିର୍ବାଚନ ଆୟୋଗ(ECI)ଦ୍ୱାରା ସମୟ ସମୟରେ ଜାରି କରାଯାଉଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ । ଏହି ମାସର ଆରମ୍ଭରେ, ବିହାରର ୧୦ଟି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାୟ ୨୮୦ BLA, IIDEM ରେ ତାଲିମ ପାଇଥିଲେ I୩. ଏହି ତାଲିମ ଅଂଶଗ୍ରହଣକାରୀଙ୍କ ବ୍ୟବହାରିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଛି, ବିଶେଷକରି ଭୋଟର ପଞ୍ଜୀକରଣ, ଫର୍ମ ପରିଚାଳନା ଏବଂ ନିର୍ବାଚନ ପ୍ରକ୍ରିୟାର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନରେ I ଅଧିକାରୀମାନଙ୍କୁ EVM ଏବଂ VVPATର ବୈଷୟିକ ପ୍ରଦର୍ଶନ ଏବଂ ତାଲିମ ମଧ୍ଯ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନଙ୍କୁ ଲୋକ ପ୍ରତିନିତ୍ବ ଆଇନ ୧୯୫୦ର ଧାରା ୨୪(a) ଏବଂ ଧାରା ୨୪ (b) ଅନୁଯାୟୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ଦ୍ବାରା ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ବିରୁଦ୍ଧରେ ପ୍ରଥମ ଏବଂ ଦ୍ଵିତୀୟ ଅପିଲର ବ୍ୟବସ୍ଥା ସହ ମଧ୍ୟ ପରିଚିତ କରାଯାଇଥିଲା I ଏହା ମନେ ରଖାଯାଇପାରେ ଯେ ୨୦୨୫ ଜାନୁଆରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନର (SSR) ଅଭ୍ୟାସ ସମାପ୍ତ ହେବା ପରେ ବିହାର, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ NCT ରୁ କୌଣସି ଅପିଲ ଦାଖଲ କରାଯାଇ ନାହିଂ ।୪. ପାଠ୍ୟକ୍ରମରେ ସହଯୋଗୀ ଅବେଶନ, ଘରରୁ ଘର ସର୍ବେକ୍ଷଣ ଅନୁକରଣ ଭୂମିକା, ମାମଲା ଅଧ୍ୟୟନଏବଂ ଫର୍ମ ୬, ୬୦, ୭ ଏବଂ ୮ ପୂରଣ ପାଇଁ ହାତପାଠିଆ ଅଭ୍ୟାସ ଅନ୍ତର୍ଭୁକ୍ତ । ଏହା ସହିତ, ଅଂଶଗ୍ରହଣକାରୀମାନେ ଭୋଟର ହେଲ୍ପଲାଇନ୍ ଆପ୍ (VHA) ଏବଂ BLO ଆପ୍ ଉପରେ ବ୍ୟବହାରିକ ତାଲିମ ପାଇବେ।୫. ଅଭିଜ୍ଞ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର (NLMT) ଏବଂ ଭାରତ ନିର୍ବାଚନ ଆୟୋଗରାT ଏବଂ EVM ବିଭାଗରୁ ବିଶେଷ ସମ୍ବଳ ଅଧିକାରୀଙ୍କ (Resource Persons) ଦ୍ବାରା ଅବେଶନଗୁଡ଼ିକ ପରିଚାଳନା କରାଯାଉଛି। ଅଳ୍ପେଶନଗୁଡ଼ିକ ପାରସ୍ପରିକ କ୍ରିୟାଶୀଳ ଏବଂ ସାଧାରଣ କ୍ଷେତ୍ରସ୍ତରୀୟ ତ୍ରୁଟି ଏବଂ ସେଗୁଡ଼ିକୁ କିପରି ଏଡାଇହେବ ତାହା ବିଷୟରେ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *