• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ବଅଁରପାଳ ଥାନା ଅନ୍ତର୍ଗତ ସାଳଗାଡିଆ ଗ୍ରାମର ଜଣେ ବୃଦ୍ଧ ନିକଟସ୍ଥ କେନାଲକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୋତମରା ପଞ୍ଚାୟତ ଅନ୍ତର୍ଗତ ସାଳଗାଡିଆ ଗ୍ରାମର କମ୍ଭୁ ଭୋଳ ୬୨ ଗାଧୋଇବା ପାଇଁ ନିକଟସ୍ଥ କେନାଲକୁ ଯାଇଥିଲେ।

ସେ ଗାଧୋଇ ଫେରିବା ବିଳମ୍ବ ହେବାରୁ ତାଙ୍କ ପୁତୁରା ସୁବ୍ରତ ଭୋଳ ତାଙ୍କୁ ଖୋଜିବାକୁ ଯାଇ ଦେଖିଲେ ଯେ,ଜମ୍ଭୁ ଭୋଳ ପାଣିରେ ଭାସୁଛନ୍ତି।ତାଙ୍କୁ ତୁରନ୍ତ ଉଦ୍ଧାର କରି ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବଅଁରପାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *