• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମୁଖ୍ୟଚିକିତ୍ସାଳୟ କାଜୁଆଲିଟି ରେ ମାତାଲ ଯୁବକର ଉନ୍ମତ୍ତ କାଣ୍ଡ

Bymamatanews

Sep 30, 2024
Spread the love

ସାମ୍ବାଦିକ କହି ଧମକ ଦେବା ପଡିଲା ଭାରି ଅସଲି ସାମ୍ବାଦିକ ପାଖରେ

ଆଜି ଅପରାହ୍ନ ପ୍ରାୟ ଚାରିଟା ସମୟରେ ଜଣେ ମାତାଲ୍ ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅନୁଗୋଳ କାଜୁଆଲିଟି ଭିତରେ ପଶି ଚାରିପଟ ର ଫଟୋ ଉଠାଇଥିଲେ। ସିକ୍ୟୁରିଟି ଗାର୍ଡ ସାଲ୍ୟୁଟ ମାରି ତାଙ୍କୁ ଭିତରକୁ ଛାଡି ଦେଇଥିଲା। ଆଶୁ ଚିକିତ୍ସା କେନ୍ଦ୍ର ଭିତରେ ଥିବା କର୍ମଚାରୀ ମାନେ କାହିଁକି ମୋବାଇଲ ରେ ଫଟୋ ଉଠାଉଛ ବୋଲି ପଚାରିବାରୁ ସେ ଧମକ ଦେଇ କହିଥିଲା – ମୋତେ ଚିହ୍ନିନ? ତୋ ଚାକିରି ଘଣ୍ଟାକେ ଖାଇଦେବି। ଏହିଭଳି ମେଡ଼ିକାଲ ଭିତରେ ଉତ୍ପାତ କରିଥିବା ବେଳେ ଜଣେ ସୋସିଆଲ ମିଡ଼ିଆ ସାମ୍ବାଦିକ ଯୁବକ ଜଣକୁ ଧରି ସ୍ଥାନୀୟ ଫାଣ୍ଡି ରେ ଦେଇଥିଲେ। ଫାଣ୍ଡିରେ ପୋଲିସ କୁ ଦେଖି ଯୁବକ ଜଣକ ର ଅକଲ ଗୁଡ଼ୁମ୍ ହୋଇଯାଇଥିଲା। ଶେଷରେ ସେ କାନ ଧରି ଭୁଲ ମାଗିବା ସହ ଆଉ ଡାକ୍ତରଖାନା ପାଖ ମାଡ଼ିବି ନାହିଁ ବୋଲିଁ କହି ପାଳାଇଥିଲା।ସୁରକ୍ଷା ବ୍ୟବସ୍ଥା ରେ ଢିଲା ଯୋଗୁଁ ଏଭଳି କାଣ୍ଡ ନୀୟମିତ ଘଟୁଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *