ଓଡାପଡା ବ୍ଲକ କଣ୍ଟାବଣିଆ ଥାନା ନିକଟରେ ରେଙ୍ଗାଳୀ ଦକ୍ଷିଣପାର୍ଶ୍ବ ମୂଖ୍ୟକେନାଲର ଶିବପୁର ଠାରେ ଏକ ମୃତଦେହ ଭାସି ଯାଉଥିବା ଖବର ପାଇ କଣ୍ଟାବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ୍ୟୁ ଯୁବକ ଜଣଙ୍କ ହେଲେ ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମର ସ୍ବର୍ଗତ ସୁବ୍ରତ ଭୁତିଆଙ୍କ୨୨ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଭୁତିଆ। ସ୍ତାନୀୟ ଲୋକେ ବଅଁରପାଳ ଦମକଳ ବାହିନୀ ଡକାଇ ଶିବପୁରଠାରେ କେନାଲରୁ ଊଦ୍ଧାର କରିଥିଲେ। କେନାଲର ଉପରମୁଣ୍ଡ ତଥା ବଅଁରପାଳ ଓ ତାଳଚେର ଥାନା କୁ କଣ୍ଟାବଣିଆ ଥାନା ପକ୍ଷରୁ ମେସେଜ କରାଯାଇଥିଲା । ବଅଁରପାଳ ଥାନା ରେ ଗତକାଲି ଠାରୁ ଏକ ଯୁବକ ନିଖୋଜ ଥିବା ନେଇ ଆଜି ଲିଖିତ ଅଭିଯୋଗ ହୋଇଥିଲା। । ଘଟଣା ସ୍ଥଳ ବଅଁରପାଳ ପୋଲିସ ଓ ପରିବାରବର୍ଗ ଡକାଯାଇ ଯୁବକଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା । ପୋଲିସ ର ସୂଚନା ମୁତାବକ ସେ ଗତକାଲି ସନ୍ଧ୍ୟାରେ ଘରେ ନିଜର ମନିପର୍ସ ଓ ମୋବାଇଲ ଛାଡି ଘରୁ କେଉଁଆଡେ ଚାଲିଯାଇଥିଲେ । ଶବଚିହ୍ନଟ ପରେ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନାକୁ ପଠାଯାଇଛି । ମୃତ୍ୟୁର କାରଣ ଜଣାପଡିନାହିଁ ।
