ପିଟିସି ଛକ ରାଜ ହୋଟେଲ ପାଖ ରେ ଏକ ଦୋକାନ ସାମ୍ନା ରେ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ପଡିରହିଥିବା ଖବର ପାଇଥିଲେ ସମାଜସେବୀ ଚିନ୍ମୟୀ ଦାସ । ତୁରନ୍ତ ୧୧୨କୁ ଜଣାଇବା ଫଳରେ ଘଟଣା ସ୍ଥଳରେ ୧୧୨ କର୍ମଚାରୀ ପହଞ୍ଚିଥିଲେ l ଲିଥୁନ ଭାଇଙ୍କ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଅନୁଗୋଳ ମୂଖ୍ୟ ଚିକିତ୍ସାଳୟ ରେ ବୃଦ୍ଧ ଅସହାୟ ମହିଳା କୁ ପହଞ୍ଚିଥିଲେ । ଚିକିତ୍ସାଳୟର ଜେରିଆଟ୍ରିକ ୱାର୍ଡବେଡ ନମ୍ବର ୮ ରେ ଚିକିସ୍ଥା ନିମନ୍ତେ ଭର୍ତ୍ତି କରାଇଥିଲେ l ବୃଦ୍ଧା ଜଣକ ଦୀର୍ଘ ଦିନ ହେବ ଖାଇ ନ ଥିବାରୁ ଦୁର୍ବଳ ହୋଇପଡିଛନ୍ତି। ନିକଟସ୍ଥ ଦୋକାନୀ କୁଶ କୁମାର ଗୁପ୍ତା ଖାଦ୍ୟ ବ୍ୟବସ୍ଥା କରାଇଛନ୍ତି। ବୃଦ୍ଧ ମହିଳା ଜଣଙ୍କ ତାଙ୍କ ନାମ ଜାନକି ଭୋଇ।
ସେ ନିଶା ଥାନା ଅର୍ନ୍ତଗତ କାଳିଆକଟା ଗ୍ରାମ ନିବାସୀ ବୋଲି କହୁଛନ୍ତି। କେହି ଯଦି ସମ୍ପର୍କୀୟ ନ ଆସିବେ ତାହେଲେ ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମ ରେ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ସମାଜସେବୀ। ବୃଦ୍ଧ ମହିଳା ଜଣଙ୍କ ସହ ଯୋଗାଯୋଗ ପାଇଁ 9937670693 ଏହି ନମ୍ବର ଯୋଗାଯୋଗ କରିପାରିବେ।
ବୃଦ୍ଧ ଅସହାୟ ମହିଳାକୁ ଉଦ୍ଧାର କରି ଚିକିତ୍ସା କରାଇଲେ ସମାଜସେବୀ
