• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବେଆଇନି ଛଟେଇ ବିରୋଧ ରେ ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Bymamatanews

Oct 30, 2024
Spread the love

ଜଗତସିଂହପୁର ଜ଼ିଲ୍ଲା କୋଷାଘର କାର୍ଯ୍ୟାଳୟ ରେ ୩ ବର୍ଷରୁ ଉର୍ଦ୍ଧ ହେବ ଜଣେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଙ୍କୁ ବେଆଇନି ଭାବେ କାର୍ଯ୍ୟରୁ ବହିଷ୍କାର କରାଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି | ବହିସ୍କୃତ ଅସ୍ଥାୟୀ କର୍ମଚାରୀ ଙ୍କୁ ପୁନର୍ବାର ଅବସ୍ଥାପିତ କରିବାକୁ ଜ଼ିଲ୍ଲା ଶ୍ରମ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |
ଖବର ନେବାରେ ଜଣାଯାଇଛି ଜଗତସିଂହପୁର ସଦର କଣ୍ଟାବଲ୍ଳଭପୁର ଗ୍ରାମର ଲୋକନାଥ ଭୋଇ 2020ମସିହାରେ ଜ଼ିଲ୍ଲା କୋଷାଗାର ରେ ଝାଡୁଦାର ଭାବେ ନିଯୁକ୍ତି ପାଇଥିଲେ | ମାସିକ ପାରିଶ୍ରମିକ ବାବଦକୁ ଜ଼ିଲ୍ଲା କୋଷାଗାର ଲୋକନାଥ ଙ୍କୁ ଚାରି ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରୁଥିଲା |ହେଲେ ପରବର୍ତ୍ତୀ ସମୟରେ ଲୋକନାଥ ପାରିଶ୍ରମିକ ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ | ପରବର୍ତ୍ତୀ ସମୟରେ ରେ ଲୋକନାଥ ଙ୍କୁ ବର୍ଦ୍ଧିତ ଦରମା ମଧ୍ୟ୍ୟ ପ୍ରଦାନ କରାଗଲା | ହେଲେ ହଠାତ ଜ଼ିଲ୍ଲା କୋଷାଗାର ଲୋକନାଥ ଙ୍କୁ କୌଣସି କାରଣ ନ ଦର୍ଶାଇ ବହିଷ୍କାର କରିଦେବାରୁ ଲୋକନାଥ ଦୁଃଖ ଓ ମାନସ୍ଥାପର ଶିକାର ହୋଇ ପୁନଃ ଜ଼ିଲ୍ଲା କୋଷାଗାର ରେ ଅବସ୍ଥାପିତ କରିବାକୁ ଜ଼ିଲ୍ଲା ଶ୍ରମ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *