ଗାଡି ସାଇଡମରା ରୁ ଆରମ୍ଭ କମେଣ୍ଟ ମରା ମାଧ୍ୟମ ଦେଇ ଛୁରାମାଡ଼ କରା ଯାଇଥିବା ପୁଲିସ ଦେଲେ ସୂଚନା ।
ଏହି ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ ଗତ ୨୦୨୩ ମସିହାରେ ମାନପୁର ଗାଁର ସିଲୁ @ ଜଗନ ନାୟକ , ଓ ବନ୍ତଳାର ବିଥଲ ମିଶି ବନ୍ତଳା କଲେଜରେ ପାଠପଢୁଥିଲେ । ସେହି ସମୟରେ ବିଥଲ ତାର ବାଇକରେ ସାଇଡ଼ ମାରିବାରୁ ତାଙ୍କ ଦୁହିଙ୍କ ମଧ୍ୟରେ ଜଳି ଝଗଡା ହୋଇଥିଲା । ସେହି ସମୟରେ ବିଥଲର ଭାଇ ବିନୋଦ ସାହୁ ସିଲୁକୁ ପିଟାମରା କରିଥିଲା । ସେହି ଦିନଠାରୁ ବିନୋଦ ଓ ସିଲୁ ମଧ୍ୟରେ ଝଗଡା ଲାଗିରହିଥିଲା । ବିନୋଦ ସାହୁକୁ ସବୁବେଳେ ପାର୍ଥସାରଥୀ ପ୍ରଧାନ ସାହାଯ୍ୟ କରୁଥିଲା । ଗତ ଜାନୁୟାରୀ ୨୫ତାରିଖ ଦିନ ୧୧ଟା ବେଳେ ସିଲୁ ଓ ଘୁଞ୍ଚାପାଳର ମାରି ଓରଫ ସମୟ ନାୟକ ଗୋଟିଏ ବାଇକରେ ଅନଗୁଳ ନୂଆବସ ଷ୍ଟାଣ୍ଡ ପଟେ ଯାଊଥିବା ବେଳେ ସେଠାରେ ପାର୍ଥସାରଥୀ ପ୍ରଧାନ ଓ ବିନୋଦ ସାହୁ ଗୋଟିଏ ବାଇକ ଧରି ଠିଆ ହୋଇ ସୁଶୀଲ ଭାଇ ସହିତ କଥା ହେଇ ଥିଲେ । ସେହି ସମୟରେ ବିନୋଦ ସିଲୁକୁ ଖରାପ ଭାଷାରେ ଗାଳିକଲା । ସିଲୁ ତାକୁ ପ୍ରତିବାଦ କରିବାରୁ ପାର୍ଥସାରଥୀ ପ୍ରଧାନ ଓ ବିନୋଦ ତାକୁ ଗାଳି ଦେଇ ପିଟାମରା କରି ମାରିଦେବାକୁ ଧମକ ଦେଇଥିଲେ । ସେହିଦିନ ରାତିରେ ସେ ତାର ସାଙ୍ଗମାନଙ୍କୁ କହିବାରୁ ସେମାନେ ମିଶି ପାର୍ଥସାରଥି କୁ ଜୀବନରେ ହଟାଇବାକୁ ଯୋଜନା କରିଥିଲେ । ପାର୍ଥସାରଥୀ ଅଲ୍ଟିମେଟ ଜିମକୁ ସକାଳ ୯.୩୦ରେ ଆସୁଥିବା ଜାଣି ଗତ ଜାନୁୟାରୀ ୨୭ ସକାଳ ୯.୦୦ ରେ ସିଲୁ, ଅନୁଗୁଳ ଘୁଞ୍ଚାପାଳର ମାରି ଓରଫ ସମୟ ନାୟକ,ବନ୍ଧୁ ଓରଫ ରାହୁଲ ନାୟକ,ଲିକୁ ଓରଫ ଲିକୁନ ନାୟକ ଓ ହାଡିଶାଳପଡ଼ାର ଜଣେ ନାବାଳକ ଓ ଅନ୍ୟ ୪ ଜଣ ମିଶି ଦୁଇଟି ସ୍କୁଟି ଓ ଦୁଇଟି ବାଇକରେ ଆସି ଅନୁଗୁଳ ଇକୋ ପାର୍କଠାରେ ଜଗି ରହିଥିଲେ । ସକାଳ ୧୦ ଟାରେ ପାର୍ଥସାରଥୀ ଜିମକୁ ଆସି ୧୧ଟା ୩୦ ବେଳେ ତାର ବୁଲେଟରେ ସେ ଓ ସାଙ୍ଗ ପିଲା ମିଶି ମୁସଲିମପଡ଼ାଦେଇ ଡିଆଇସି ଛକ ଆଡକୁ ଯାଉଥିବା ଦେଖି ସେମାନେ ତାକୁ ପିଛା କରିଥିଲେ । ବାଟରେ ପାର୍ଥ ତାର ବୁଲେଟ ଅମଲାପଡ଼ା-ଗାନ୍ଧୀ ମାର୍ଗ ରୋଡ଼ରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଗୋଟିଏ ଦୋକାନ ପାଖରେ ଠିଆ ହୋଇଥିବା ବେଳେ ସିଲୁ ତାର ଲୁହା ଚାପଡରେ ପାର୍ଥର ପିଠିକୁ ଚୋଟ ପକାଇଥିଲା । ଏହାପରେ ରାହୁଲ ତା ହାତରେ ଧରି ଥିବା ଗୋଟିଏ ଚାପଡ଼ରେ ତାର ବେକକୁ ଚୋଟ ପଳାଇବା ବେଳେ ସେ ବୁଲି ପଡିବାରୁ ତାର ହାତରେ ଚୋଟ ବାଜିଥିଲା । ଏହାପରେ ସେମାନେ ସମସ୍ତେ ମିଶି ତାକୁ ଚୋଟ ପରେ ଚୋଟ ମାରି ଚାଲିଥିଲେ । ଏହି ଘଟଣାରେ ପୁଲିସ ଆଜି ଜଣେ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
