• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ କପ ର ଦ୍ଵିତୀୟ ଦିବସରେ ବାପୁଜୀ କ୍ରିକେଟ କ୍ଲବ ଓ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ ସେମିଫାଇନାଲ କୁ ଉତ୍ତୀର୍ଣ୍ଣ

Bymamatanews

Jan 31, 2025
Spread the love

ଅନୁଗୋଳ କ୍ରିକେଟ ମହାକୁମ୍ଭ କଦମ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଅନୁଗୋଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ବିତୀୟ ଦିବସରେ ପ୍ରଥମ ମ୍ୟାଚ ରେ ବାପୁଜୀ କ୍ରିକେଟ କ୍ଲବ୍ ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୫୬ ରନ୍ ସଂଗ୍ରହ କରିଥିଲେ । ରାଞ୍ଚି ଫାଇଟର ଧନବାଦ ଦଳ ୨୫୭ ରନର ବିଜୟ ଲକ୍ଷ ଦେଇ ପଡ଼ିଆକୁ ଓହ୍ଲାଇ ୨୦ ଓଭରେ ୫ ଉଇକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲେ। ବାପୁଜୀ କ୍ରିକେଟ କ୍ଲବ୍ ଭୁବନେଶ୍ୱର ଦଳର ଗୈାରବ ଚୈଧୁରୀ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଆଜିର ଦିତୀୟ ମ୍ୟାଚ୍ ମ୍ୟାଚ୍ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ୍ କଟକ ଓ ବି ସ୍କୋୟାର ଭାଇଜାଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ରାଇଜିଙ୍ଗ୍ ଷ୍ଟୁଡେଣ୍ଟ୍ କଟକ ଦଳ ୨୦ ଓଭର ରେ ୫ ଉଇକେଟ ହରାଇ ୨୦୪ ରନ୍ ସଂଗ୍ରହ କରିଥିଲେ ଦଳ ପକ୍ଷରୁ ଆଦିତ୍ୟ ରାଉତ ୮୭ ରନ୍ ସଂଗ୍ରହ କରିଥିଲେ। ବି ସ୍କୁୟାର କ୍ରିକେଟ ଏକାଡେମୀ ଭାଇଜାଗ ଦଳ ନିର୍ଧାରିତ ୨୦ ଓଭର ରେ ୮ ଉଇକେଟ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲେ। ରାଇଜିଙ୍ଗ ଷ୍ଟୁଡେଣ୍ଟ୍ କଟକ ଦଳ ୩୮ ରନରେ ବିଜୟ ହୋଇ ଆସନ୍ତା କାଲି ସେମିଫାଇନାଲ ରେ ଉନ୍ନତି ହୋଇଛି। କଟକ ଦଳର ସୁର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା। ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ରୂପେ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ ମହାପାତ୍ର ଓ ନାଲକୋ ର ଜି ଜି ଏମ୍ ଏଚ୍ ଆର ର ଶ୍ରୀଯୁକ୍ତ ଶୁଭେନ୍ଦୁ ନାୟକ ଓ ଆଲୁମିନିୟମ ମଜଦୁର ସଂଘର ସଭାପତି ମୁନା ସାମଲ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ କୁ ଓଡିଶା କ୍ରିକେଟ ଆସୋସିଏସନ୍ ର ପ୍ୟାନେଲ ଅମ୍ପାୟର ଜୟକୃଷ୍ଣ ରାଉତ, ତାପସ ମହାନ୍ତି, ମହେଶ ମୁନସି, ଓ ଆଶୁତୋଷ ପାଣି ଖେଳ ପରିଚାଳନା କରିଥିଲେ। ସ୍କୋରର ଭାବରେ ନିକସନ ସାହୁ ଓ ଡିଜିଟାଲ ସ୍କୋରର ଭାବରେ ସ୍ଵରିତ ସାଇ ଏବଂ ଧାରା ବିବରଣୀ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *