• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲାରେ ଦୁଇଟି ସ୍ଥାନରେ ଦୁର୍ଘଟଣା,

Bymamatanews

Jan 31, 2025
Spread the love

ତିନି ମୃତ, ଜଣେ ଗୁରୁତ୍ତର

ବିଦ୍ୟୁତ ଖୁଣ୍ଟରେ ବୁଲେଟ ଧକ୍କାଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଥିବା ଜଣା ପଡିଛି । ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମର ମୁକୁନ୍ଦ ସାହୁ ଓ ପୁରୁଣାକୋଟ ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମର ବଳରାମ ପ୍ରଧାନ ଅନୁଗୋଳ ସ୍ଥିତ ଏକ ସୁନା ଦୋକାନରେ ମୁକୁନ୍ଦ ସିକୁରିଟି କାର୍ଯ୍ୟ କରୁଥିବାବେଳେ ବଳରାମ ସେଲସ୍ ମ୍ୟାନ ଭାବେ କାର୍ଯ୍ୟ କରନ୍ତି। ଗୁରୁବାର ସନ୍ଧ୍ୟାରେ କାମସାରି ଏକ ବୁଲେଟ ଯୋଗେ ତିନି ଜଣ ଘରକୁ ଫେରୁଥିବା ସମୟରେ ତୁମୁଣି ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବଳରାମ ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ଖାନା ରେ ମୁକୁନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି। ଗୁରୁତର ଙ୍କ ପରିଚୟ ମିଳିପାରିନାହିଁ। ସେହିପରି ଗୁରୁବାର ବିଳମ୍ବିତ ରାତିରେ ଅନୁଗୋଳ ସଦର ଥାନା ପଡାଛକ ନିକଟରେ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ । ମୃତକ ହେଲେ ଚାଙ୍ଗୁଡ଼ିଆ ପଞ୍ଚାୟତ ବଡ଼ବେରେଣା ଗାଁର ମିତୁ ଭୋଇ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଦାବିରେ ମୃତଦେହ ରଖ୍ ୬୩ ନମ୍ବର ନମ୍ବର ରାଜ୍ଯ ଟଙ୍କା କ୍ଷତିପୂଚ ତିପୂରଣ ଦାବି ରାଜପଥ ଅବରୋଧ କରିଥିଲେ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋ ହାଇଛି। ଅନୁଗୁଳ-ଛେଣ୍ଡିପଦା ରାସ୍ତା କଡରେ ଅଟକି ରହିଛି ଶହ ଶହ ଗାଡି। ଜନବସତି ଭିତରେ କୋଇଲା ଲୋଡିଂ ଗାଡ଼ି ବନ୍ଦ କରିବାକୁ ଗାଁଲୋକ ଦାବି କରିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ଏବଂ ବଅଁରପାଳ ତହସିଲଦାର ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁବା କ୍ଷତି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ। ଯାହା ଫଳରେ ରାସ୍ତା ଅବରୋଧ କରିଥିବା ଲୋକେ ହଟି ଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *