ମହାତ୍ମା ଗାନ୍ଧୀଜଙ୍କ ତିରୋଧାନ ଦିବସ ଅବସରରେ ସ୍ଥାନୀୟ ମାଳତୀ ବିହାରସ୍ଥିତ ମାନବ ସେବାଶ୍ରମରେ ସହିଦ ସ୍ମୃତି ସ୍ତମ୍ଭ ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସହିଦ ରାଣା ପ୍ରତାପ ଦାସଙ୍କ ବାପା ଶ୍ରୀବତ୍ସ ଦାସ, ମୁଖ୍ୟ ବକ୍ତା ଭାବେ ‘ସମ୍ବାଦ’ ଅନୁଗୁଳ ସଂସ୍କରଣର ବରିଷ୍ଠ ସହ ସଂପାଦକ ପ୍ରଦ୍ୟୁମ୍ନ କୁମାର ରାଉତ, ସମ୍ମାନିତ ଅତିଥି ସମାଜସେବୀ ପଦ୍ମାକ୍ଷୀ ସିଂହ, ଆଇନ୍ଜୀବୀ ତାପସ ଦ୍ବିବେଦୀ, ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ, ମାଳତୀବିହାରର ସଂପାଦକ ମାନସ ନାୟକଙ୍କ ସହ କିଛି ସାମ୍ବାଦିକ ବନ୍ଧୁ ସେ ଯୋଗ ଦେଇଥିଲେ । ସମାଜ ସେବୀ ପତିତପାବନ ବାଡିଆ ଓ ଅମ୍ବିକା ପ୍ରସାଦ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। ତାଙ୍କୁ ସାହାଯ୍ୟ କରିଥିଲେ ତପଶ୍ୱନି ଖୁଣ୍ଟିଆ।ବେସରକାରୀ ସ୍ତରରେ ଏମିତି ଏକ ସହିଦ ସ୍ତମ୍ଭ ନିର୍ମାଣ କରାଯାଇଥିବାରୁ ଏହାକୁ ଅତିଥିମାନେ ପ୍ରଶଂସା କରିଥିଲେ। ସହିଦମାନଙ୍କ ବଳିଦାନକୁ ମନେ ପକାଇବା ପାଇଁ ଏହା ପର ପିଢ଼ିକୁ ଉତ୍ସାହିତ କରିବ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ସାମାଜିକ କାମ କରୁଥିବା ବିଭିନ୍ନ ସଂଗଠନକୁ ଓ କିଛି ସାମ୍ବାଦିକ ବନ୍ଧୁଙ୍କୁ ସମ୍ମାନିତ କରାଯାଇଥିଲା।ସେହିପରି ସେବାଶ୍ରମ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ମାନବ ସେବାଶ୍ରମର ସଭାପତି ଚିନ୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସ୍ଵେଚ୍ଛାସେବୀ, ସାମାଜିକ କର୍ମୀ ଓ ସାଧାରଣ ଲୋକେ ଉପସ୍ଥିତ ଥିଲେ ।
