• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବଡହିଂସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ

Bymamatanews

Jan 31, 2025
Spread the love

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଡହିଂସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି କୁମାର ବେହେରା, ସମ୍ମାନୀତ ଅତିଥି ବି ଇ ଓ ଶ୍ରୀଯୁକ୍ତ ମାନସ ରଞ୍ଜନ ପୃଷ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ, ବଅଁରପାଳ, ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦିଲ୍ଲୀପ ପ୍ରଧାନ, ସାମାଜିକ ଦାୟିତ୍ଵ ବୋଧ ଅଧିକାରୀ, ବଡହିଂସର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ହୃଷୀକେଶ ପ୍ରଧାନ, ସମିତି ସଭ୍ୟ ଶ୍ରୀମାନ ସିଲୁ ପ୍ରଧାନ, ସିଆରସିସି, ଶ୍ରୀଯୁକ୍ତ ନରେନ୍ଦ୍ର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି , ବଡ଼ ହିଂସର ଗ୍ରାମର ସଭାପତି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ସାହୁଙ୍କ ସଭାପତିତ୍ବରେ ବାର୍ଷିକ ସମାରୋହ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ବହୁତ କମ ସମୟ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢାଇଥିବା ବଡ଼ ହିଂସର ଗ୍ରାମବାସୀ ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟରେ ପାଠ ପଢ଼ାଉଥିବା ପୂର୍ବତନ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ, ବିଦ୍ୟାଳୟରେ ପାଠ ପଢିଥିବା ପୁରାତନ ଛାତ୍ର ଛାତ୍ରୀ, ବର୍ତ୍ତମାନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛୋଟ ଛାତ୍ର ଛାତ୍ରୀ ମାନଙ୍କର ଏବଂ କୁନି କୁନି କଳାକାରମାନଙ୍କର ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଅତ୍ୟନ୍ତ ଚିତlକର୍ଷକ କରିଥିଲl l ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ, ପ୍ରଧାନ ଶିକ୍ଷକ, କ୍ଷୀରୋଦ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସୂଚାରୁ ରୂପେ ସଫଳ କରିଥିବାରୁ ସମସ୍ତୁଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀମାନଙ୍କ ଏହି କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *