• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନବମ ଶ୍ରେଣୀ ଛାତ୍ରୀ କୁ ବଳାତ୍କାର ନେଇ ଟ୍ୟୁସନ ମାଷ୍ଟର ଦୋଷୀ ସାବ୍ୟସ୍ତ

Bymamatanews

Jan 31, 2026
Spread the love

ନାଳୁଆ ହିଂସ୍ର ଟ୍ୟୁସନ ମାଷ୍ଟରକୁ ୨୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା

ପୀଡିତା ପରିବାର କୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ଦୌରା ଜର୍ଜ ସ୍ଵତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

ଅନୁଗୋଳ : ନବମ ଶ୍ରେଣୀରେ ପାଠ ପଡୁଥିବା ଜଣେ ୧୪ବର୍ଷୀୟା ନାବାଳିକାକୁ ଟ୍ୟୁସନ ଆଳରେ ଘରକୁ ଡାକି ବଳାତ୍କାର କରିବା ଅଭିଯୋଗରେ କଣିହାଁ ଥାନା ଅନ୍ତର୍ଗତ ହନୁମାନପୁର ଗ୍ରାମର ସୁରେନ ନାଏକକୁ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ତଥା ସ୍ବତନ୍ତ୍ର ଅଦାଲତ ପୋକ୍ସ ବିଚାରପତି ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି। ଏହା ସହ ନାବାଳିକାକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଜର୍ଜ ନିର୍ଦେଶ ଦେଇଛନ୍ତି।

୨୦୨୩ ସେପ୍ଟେମ୍ବର ମାସ ରେ ଜଣେ ମହିଳା କଣିହାଁ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ତାଙ୍କ ଝିଅ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅଭିଯୁକ୍ତ ସୁରେନ ପାଖକୁ ପାଠ ପଢିବା ପାଇଁ ଯାଉଥିଲା। କୌଣସି କାରଣରୁ ତାଙ୍କ ଝିଅକୁ ଡାକ୍ତରଖାନା ନେବା ରାସ୍ତାରେ ସୁରେନ ବଳାତ୍କାର କରିଥିଲା । ଏ ବିଷୟରେ କାହାକୁ ନକହିବା ପାଇଁ ଧମକ ଦେବା ସହ
ବାରମ୍ବାର କୌଣସି ପ୍ରକାର ବଳାତ୍କାର କରିବା ସହ ଭୟଭୀତ କରି ରଖୁଥିଲା। ୬ ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହେବାପରେ ଘଟଣା ଜଣା ପଡ଼ିଥିଲା। ଏହାପରେ ସୁରେନକୁ ଆକଟ କରି ଘଟଣା ସମାଧାନ ପାଇଁ ଉଦ୍ୟମ କରିଥିଲେ। କିଛି ଦିନ ପରେ ପୁଣି ସୁରେନ ନାବାଳିକା ସହ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରିଥିଲା। ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲାକୁ ବିଚାର କରି ବିଚାରପତି ସୋମ୍ୟା ଶୁଭଦର୍ଶିନୀ ଅଭିଯୁକ୍ତ ସୁରେନକୁ ପୋକ୍ସ ଧାରାରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲଦଣ୍ଡ ସହ ୧୦ହଜାର ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରେସକ୍ୟୁଟର ଦିଲୀପ କୁମାର ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *