• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଖାଦ୍ୟ ଖାଇବାକୁ ଆସି ଦାନ୍ତ ହାତୀ ର ଗଲା ଜୀବନ

Bymamatanews

May 31, 2025
Spread the love

ଭୋକ କିଏ ଅବା ସମ୍ଭାଳେ ଚାହେ ସେ ମଣିଷ ହେଉ ଅବା ଜୀବଜନ୍ତୁ

ମଣିଷ ନିଜ ଖାଦ୍ୟ ପାଇଁ ଜୀବଜନ୍ତୁଙ୍କ ଖାଦ୍ୟ ବ୍ୟବହାର କରି ଚାଲିଛି କିନ୍ତୁ ଏହି ନିରୀହ ଜୀବ ପାଇଁ ପ୍ରଶାସନ ଚିନ୍ତା କରୁଛନ୍ତି ନା ସାଧାରଣ ଜନତା

ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ପମ୍ପାସର ସେକ୍ସନ ତଳଶିରା ଗ୍ରାମ କୁ ଖାଦ୍ୟ ଅନ୍ବେଷଣରେ ଆସି ଦାନ୍ତ ହାତୀ ର ଗଲା ଜୀବନ । ବନ୍ତଳା ରେଞ୍ଜ ପମ୍ପାସର ସେକ୍ସନ ତଳଶିରା ଗ୍ରାମ ରଞ୍ଜନ ସାହୁ ଙ୍କ ଏକ ବଗିଚା ରହିଛି। ସେହି ବଗିଚାରେ ଚାଷ କରିଥାନ୍ତି। ଚାଷ କୁ ରକ୍ଷା କରିବା ପାଇଁ ବଗିଚା ଚାରି ପଟେ ସୋଲାର ବାଡ଼ ଦେଇଥିଲେ । ଆଜି ସକାଳୁ ଏକ ଦାନ୍ତ ହାତୀ ଖାଦ୍ୟ ଅନ୍ବେଷଣରେ ଆସି ଥିଲା। ସୋଲାର ବାଡ଼ରେ ଲାଗୀ ଦାନ୍ତ ହାତୀର ଜୀବନ ଯାଇଛି। ଦାନ୍ତ ହାତୀର ମୃତ୍ୟୁ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରଞ୍ଜନ ସାହୁ ଙ୍କୁ ଅଟକ ରଖିଥିବା ବନ୍ତଳା ରେଞ୍ଜର କହିଛନ୍ତି। ତେବେ କଥା ଉଠୁଛି କି ମଣିଷ ର ଖାଦ୍ୟ ହାତୀ ଠାରୁ ରକ୍ଷା କରିବା କୁ ହେଲେ ସୋଲାର ବାଡ଼ ଦିଆଯାଉ ଯାହାଦ୍ୱାରା ହାତୀ ର ଜୀବନ ବଞ୍ଚିଯିବ ଓ ଖାଦ୍ୟ, ଷସ୍ୟ, ଫସଲ ନଷ୍ଟ ହେବ ନାହିଁ କିନ୍ତୁ ସୋଲାର ବାଡ ରେ ହାତୀ ର ଜୀବନ୍ ଗଲା କିପରି ସ୍ଥାନୀୟ ଅଞ୍ଚଳରେ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *