
ଗୁରୁତ୍ତର ଅବସ୍ଥାରେ ବାଇକ ଚାଳକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ
ଅନୁଗୋଳ ଜିଲ୍ଲା ଚାଇଁପାଳ ଫାଣ୍ଡି ନିକଟ ଗୁରୁଜାଙ୍ଗୁଲି ଗ୍ରାମ ପଞ୍ଚାୟତ ୧୪୯ ନମ୍ବର ଜାତୀୟ ରାଜପଥ ରେ ପୁଣି ଘଟିଲା ଦୁର୍ଘଟଣା। ବାଇକ୍ ପଛରେ ଟ୍ରକ୍ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଗୁରୁତ୍ତର ହୋଇଛନ୍ତି। ଗୁରୁତ୍ତର ଚାଳକ ଜଣଙ୍କ ହେଲେ କଟକ ଜିଲ୍ଲା ବାଙ୍କି ଥାନା ନିବାସୀ ପ୍ରମୋଦ ବେହେରା।

ପ୍ରମୋଦ ୧୦ ବର୍ଷ ରୁ ଉର୍ଦ୍ଧ ହେବ ବଅଁରପାଳ ସିଏଚସି ମେଡିକାଲ ନିକଟରେ ବସବାସ କରି ବଅଁରପାଳ ଅଞ୍ଚଳର ଟାଟା ମୋଟର୍ସ ରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରନ୍ତି। ଆଜି ଟାଟା ମୋଟର୍ସ କମ୍ପାନୀ ର କୌଣସି ଏକ କାମରେ ତାଳଚେର ଅଭିମୁଖେ ଯାଉଥିବା ବେଳେ ଏକ କୋଇଲା ଟ୍ରକ୍ ବାଇକ୍ ର ପଛ ପାଖରେ ଧକ୍କା ଦେବା ଫଳରେ ପ୍ରମୋଦ ବାଇକ ରୁ ରାସ୍ତା ପାର୍ଶ୍ଵରେ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ।

ସ୍ଥାନୀୟ ଲୋକେ ଟ୍ରକ କୁ ଅଟକ ରଖିବା ସହ ଚାଳକ ର କମ୍ପାନୀ କୁ ଯୋଗାଯୋଗ କରି ଥିଲେ। କମ୍ପାନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏକ ଆମ୍ବୁଲାନ୍ସ ସାହାର୍ଯ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି।
