• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଖଣି ଖାଦାନ ପାଇଁ ବୃକ୍ଷ କଟା କୁ ବିରୋଧ କରି ବିଶ୍ଵ ମାନବ ଅଧିକାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Bymamatanews

Dec 31, 2024
Spread the love

ଆଜି ଅନୁଗୋଳ ଅମଲା ପଡ଼ା ସ୍ଥିତ ନମ୍ର ପାଲେସ ର କନ୍ଫରେନ୍ସ ହଲ ରେ ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ଅଭିନ୍ନ ହୋତା, ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ଦେବବ୍ରତ ପାଣିଗ୍ରାହୀ, ଉପଦେଷ୍ଟା ଡକ୍ଟର ଶରତ କୁମାର ପ୍ରଧାନ, ରାଜ୍ୟ ସଂଯୋଜକ ଇପ୍ସିତା ଲବନ୍ତିକା, ଅକ୍ରମ୍ ବାରିକ୍,

ରାଜ୍ୟ କାର୍ଯ୍ୟକାରୀ ସଭାପତି ଡକ୍ଟର ରାମଚନ୍ଦ୍ର ରାଉତରାୟ, ଅନୁଗୋଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡକ୍ଟର ଶରତ କୁମାର ମିଶ୍ର , ଡକ୍ଟର ସଞ୍ଜୟ କୁମାର ସିଂହ, ଉପସଭାପତି ଡକ୍ଟର ଅଶୋକ କୁମାର ଜେନା, ଡକ୍ଟର ସତ୍ୟବ୍ରତ ସାହୁ, ଯୁଗ୍ମ ସମ୍ପାଦକ ଜଗବନ୍ଧୁ ଧଳ, ପ୍ରିୟବ୍ରତ ପ୍ରଧାନ, ଡକ୍ଟର ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀ ପ୍ରିୟା ବେହେରା, କିରନ୍ ବେଗମ, ରିତାଞ୍ଜଳି ନନ୍ଦ, ଉପସଭାପତି ମହେଶ୍ୱର ସାମଲ, ଜିଲ୍ଲା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ଜେନା, ସୁଜିତ୍ କୁମାର ସାମଲ ଆଦି ଅନେକ ସମାଜ ସେବି ଯୋଗ ଦେଇ ଥିଲେ। ଏହି ସଭା ରେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍ କରଡ଼ା ବାହାଳୀ ନୟନି କୋଲ ବ୍ଲକ ର ସିଙ୍ଗରେନି କମ୍ପାନୀ ପ୍ରସ୍ତାବିତ କୋଇଲା ଖଣି ପାଇଁ ଗଛକଟା କୁ ଜୋରଦାର ବିରୋଧ କରିବା ସହିତ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିରାଟ ଜନଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଗଲା।ସେଥିରେ ଅନୁଗୋଳ ଜିଲ୍ଲା ରେ ହେଉଥିବା ବ୍ୟାପକ ପ୍ରଦୂଷଣ କୁ ନିୟନ୍ତ୍ରଣ କରିବା ପାଇଁ ଦାବି ରହିବ।

Leave a Reply

Your email address will not be published. Required fields are marked *