ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଅବଦୁଲ ମହମ୍ମଦ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୮୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୫ ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା। ଜଣେ ଅଭାବୀ ଲୋକକୁ ରେଡକ୍ରସ୍ ପାଣ୍ଠିରୁ ୭୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ , ପିଡି ଶ୍ରୀ ହେମନ୍ତ କୁମାର ସିଂ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରେନ୍ଦୁ ମହାନ୍ତି, ,, ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋଚନ ଦାସ, ବଅଁରପାଳ ତହସିଲଦାର ଶ୍ରୀ ରବିନାରାୟଣ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ମୁଖ୍ୟତଃ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ନାଲକୋ କତୃପକ୍ଷଙ୍କ ବେଖାତିର ମନୋଭାବ ର ଅଭିଯୋଗ ହୋଇଥିବା ବେଳେ, ସମାଜସେବୀ ଚିନ୍ମୟୀ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରାନଗଲେ ସାତଦିନ ମଧ୍ୟରେ ତାଙ୍କୁ ଦିଆଯାଇଥିବା ସମସ୍ତ ସମ୍ମାନକୁ ଜିଲ୍ଲାପାଳ ଙ୍କୁ ହସ୍ତାନ୍ତର କରିବା ସହ ଶେଷରେ ଲୋୟର ପିଏମଜି ଛକରେ ଧାରଣା ଦେବେ ବୋଲି କହିଥିଲେ।


