ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଦିନିଆ ବର୍ଷା ପାଇଁ ହୋଇଥିବା ଧାନ ଓ ପନିପରିବା ଚାଷ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିବା ସହିତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି କଂଗ୍ରେସ କମିଟି । ସୂଚନା ଯେ, ଅନୁଗୋଳ ଜିଲ୍ଲା ଏକ ଚାଷ ସମୃଦ୍ଧ ଜିଲ୍ଲା ହୋଇଥିବା ବେଳେ ବିଭିନ୍ନ ସମୟରେ ଜଙ୍ଗଲି ଜୀବଜନ୍ତୁ ଓ ଅଦିନିଆ ବର୍ଷା ରେ ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ହୋଇଛି। ଏହି ଚାଷ ପାଇଁ ଚାଷୀ ମାନେ ବ୍ୟାଙ୍କ୍ ରୁ ଋଣ ଆଣି ଚାଷ କରିଥାନ୍ତି l ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀ କୂଳ ହତାସ ହୋଇ ପଡିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଙ୍କ ନେତୃତ୍ୱରେ ଏକ ଦଳ ଆସି ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରି ଜିଲ୍ଲା ର ସମ୍ପୁର୍ଣ୍ଣ ତଦନ୍ତ କରିବା ଓ ଚାଷୀ କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବୀ କରିଛନ୍ତି।
