• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l

Bymamatanews

Sep 23, 2024
Spread the love

ରାୟଗଡ/କଲ୍ୟାଣସିଂପୁର( ୨୩/୦୯/୨୦୨୪) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣ ସିଂପୁର ବ୍ଲକ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ
ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ, ଶ୍ରୀ ହରିଶା ବି. ସି, ଖଣ୍ଡିୟ ବନ ଅଧିକାରୀ, ଶ୍ରୀ ସଚିନ ଆନ୍ନା ସାହେବ ଓହଲେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ, ପଞ୍ଚାୟତ ସମିତି ଅଧ୍ୟାକ୍ଷା,ଶ୍ରୀମତୀ ଅମ୍ରିତା କଦ୍ରାକା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l


ଆଜି ମୋଟ ୩୧୮ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୨୭୮ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ୩୮ଟି ଥିଲା l ଜିଲ୍ଲାପାଳ ଦୁଇ ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଅର୍ଥ ପ୍ରଦାନ କରିଥିଲେ l ଏହାସହିତ ଓଡିଶା ଜୀବିକା ମିଶନ ମିଶନ ସ୍ୱୟଂ ସହାୟକ ଆର୍ଥିକ ଶୟତା ପ୍ରଦାନ କରିଥିଲେ l

ଏହି ଅଭିଯୋଗ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଭଜନଲlଳ ମାଝୀ,ରାୟଗଡ, ରାୟଗଡ ପିଡି ୱାଟରସେଡ ଡ଼ଃ ଦୟାନିଧି ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ ,ଜିଲ୍ଲା କୃଷି ଅଧିକାରୀ ସୁମନସିଂ ପଟ୍ଟନାୟକ, ବିଡ଼ିଓ କଲ୍ୟାଣ ସିଂପୁର ମନୀଷା ଦାଶ, ତହସିଲଦାର କଲ୍ୟାଣ ସିଂପୁର ରଞ୍ଜନ ମନସେଠ,ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ, ଗ୍ରାମ୍ୟ ଜଳଯୋଗାଣ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିଶୁ ସୁରକ୍ଷା ଅଧିକାରୀ,ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉପଖଣ୍ଡ ଯୋଗାଣ ଅଧିକାରୀ, ଶ୍ରୀ ସୁହାସ ଭୋଇ, ଜିଲ୍ଲା ପଂଚାୟତ ଅଧିକାରୀ, ଶ୍ରୀ ସୂର୍ଯ୍ୟନାରାୟଣ ମହାରଣା,ଜିଲ୍ଲା ଦକ୍ଷତାବିକାଶ ଓ ନୟୋଜନ ଅଧିକାରୀ ଶ୍ରୀ ତତ୍ତ୍ୱମୋସୀ ମହାପାତ୍ର,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚିନ୍ମୟ ମହାନନ୍ଦ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ଜିଲ୍ଲା ଅବରୀ ଅଧିକ୍ଷକ, ଶ୍ରୀ ସୁଶାନ୍ତ ଧଳସାମନ୍ତ,ନିର୍ବାହୀ ଯନ୍ତ୍ରୀ,ମାଧ୍ୟମ ଜଳସେଚନ, ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଶ୍ରୀ ଦୟାନିଧି ରାଉତ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଗୋପାଳ ମଙ୍ଗରାଜ,କଲ୍ୟାଣ ସିଂପୁର ଥାନା ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ବ୍ଲକସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *