• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନକଲି କ୍ଷୀର କମ୍ପାନୀ ଉପରେ ଚଢ଼ାଉ।

Bymamatanews

Sep 24, 2024
Spread the love

ଜଗତପୂର୍ ଥାନା ଅଞ୍ଚଳରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୁଲିସ ମିଳିତ ଚଢାଉ କରିଛି | କଟକ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଚାଲିଥିବା ରୋହିଣୀ ନାମକ ଦୁଗ୍ଧ କମ୍ପାନୀ ଉପରେ ଏହି ଚଢ଼ାଉ ହୋଇଥିଲା ।

ଚଢ଼ାଉ ବେଳେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା ଏହି କ୍ଷୀର ପ୍ୟାକେଟ | କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠାଯାଉଥିଲା । ତେବେ ଏନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ଏବଂ ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୁଲିସ ଅନୁଧାନ କରୁଛି ବୋଲି କଟକ ଏସିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି | ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟ ଉକ୍ତ ଦୁଗ୍ଧ ଫ୍ୟାକ୍ଟ୍ରି ରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ ଏହି ଫ୍ୟାକ୍ଟ୍ରିର ମାଲିକକୁ ଅଟକ ରଖି ପଚରାଉଚରା ଚଳାଇଛି

Leave a Reply

Your email address will not be published. Required fields are marked *