• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Bymamatanews

Oct 8, 2024
Spread the love

ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସୁରକ୍ଷା କମିଟି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଯେ, ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ରାଲି ଚାଷୀ ସୁରକ୍ଷା କମିଟି ପକ୍ଷରୁ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଚକବନ୍ଦୀ ରେକଡ଼ର ଉଚ୍ଛେଦ ପରେ ରେଲୱେ ପାଇଁ ଜମି ଅଧିଗ୍ରହଣ ଏବଂ ଚକବନ୍ଦୀ ଗ୍ରାମର ଅଧିଗୃହୀତ ଜମିର ମୂଲ୍ୟାୟନ, ତହସିଲର ସର୍ବାଧିକ ମୂଲ୍ୟଥିବା ଜମିର ଆଧାରରେ ନିର୍ଦ୍ଧାରଣ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *